ପଞ୍ଚାୟତ ପକ୍ଷରୁ ଗ୍ରାମ ରାସ୍ତା ସଫେଇ କରାଗଲା
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ଗୋପାଳପୁରପାଟଣା, ହୋତାସାହି ଗ୍ରାମ ରାସ୍ତା ପଞ୍ଚାୟତ ତରଫରୁ କରାଯାଇଛି । କରୋନା ଯୋଗୁ ଗ୍ରାମ୍ୟ ରାସ୍ତା ଗୁଡିକରେ ପଡିଥିବା ବଜ୍ୟବସ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସଫା ସୁତରା କରାଯାଉଛି । ଗ୍ରାମକୁ ବିଶୋଧନ କରାଯିବ ବୋଲିସରପଞ୍ଚ ବାସନ୍ତୀ ବେହେରା କହନ୍ତି । ଆଗାମୀ ଦିନରେ ପଞ୍ଚାତର ସମସ୍ତ ଗ୍ରାମ ସଫେଇ କରାଯିବା ସହ କରୋନା ଭୁତାଣୁକୁ ଗ୍ରାମରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସେହିପରି ଦୁଗଲ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇଙ୍କ ନେତୃତ୍ୱରେ ପଞ୍ଚୁକେରା ଗ୍ରାମ ଓ ବ୍ଳକ ପରିସର ସଫେଇ କରାଯାଇଛି । ସାକ୍ଷୀଗୋପାଳ ପୂର୍ଣ୍ଣାନନ୍ଦ ତ୍ରିପାଠୀ