ତୃତୀୟ ଦିନରେ ୩୦ ୟୁନିଟ ରକ୍ତ ସଂଗ୍ରହ
ଓଡ଼ଗାଁ - ସ୍ଥାନୀୟ ଓଡ଼ଗାଁ ଇନଡୋର ଷ୍ଟାଡିୟମରେ ଓଡ଼ଗାଁ ବିଜୁ ଜନତା ଦଳ ତରଫରୁ ଜାରି ରହିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ତୃତୀୟ ଦିନରେ ୩୦ ୟୁନିଟ ରକ୍ତ ସମଗ୍ର କରାଯାଇଛି ।କରୋନାରୂପକ ମହାମାରୀ ସମୟରେ ଯେପରି ଜଣେ ବ୍ୟକ୍ତିଙ୍କର ରକ୍ତ ଅଭାବରୁ ସ୍ୱାସ୍ଥ୍ୟ ହାନି ନ ଘଟେ ,ତାହାକୁ ଦୃଷ୍ଟିରେ ରଖି ବିଜୁ କର୍ମୀ ,ଯୁବ ଗୋଷ୍ଠୀଏବଂ ଓଡ଼ଗାଁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ବଳରାମ ପ୍ରଧାନଙ୍କ ସହଯୋଗରେ ଓଡ଼ଗାଁ ଅଞ୍ଚଳରୁ ରକ୍ତ ସଂଗ୍ରହ କରାଯାଉଛି।
ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଜେ. ଏମ.ଏଫ. ସି କୋର୍ଟର ଜର୍ଜ ଅପୂର୍ବ କୁମାର ରାଏ ଯୋଗ ଦେଇ ରକ୍ତ ଦାନ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ୨୦ ରୁ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ତୃତୀୟ ଦିନ ଶେଷ ସୁଦ୍ଧା ୭୫ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଛି ବୋଲି ଓଡ଼ଗାଁ ଜୀବନ ବିନ୍ଦୁ ବ୍ଲକ ସଂଯୋଜକ ଲୋକନାଥ ସାହୁ କହିଛନ୍ତି ।ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ନୟାଗଡରେ ସୁପରିଚିତ ଦାମୋଦର ସାର ,ଓଡ଼ଗାଁ ଏନ.ଏ.ସି ସଭାପତି ରବୀନ୍ଦ୍ରନାଥ ପୃଷ୍ଟି,ସମାଜସେବୀ ଦିଲ୍ଲୀପ କୁମାର ମାର୍ଥା ,ଆଡଭୋକେଟ ଗୋବିନ୍ଦ ଚନ୍ଦ୍ର ସାହୁ ଯୁବଗୋଷ୍ଠୀ ତରଫରୁ ବିଜନ ପାଇକରାୟ ,ରାକେଶ କୁମାର ସ୍ୱାଇଁ ,ବିକାଶ ପଲେଇ ,ସୂର୍ଯ୍ୟକାନ୍ତ ପଟ୍ଟନାୟକ ,ବିଶ୍ୱରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୁରାଳରୁ ଅର୍ଜୁନ ସାହୁ