ଗୌରହରି ସେବା ଟ୍ରଷ୍ଟ ପକ୍ଷରୁ ସହାୟତା
କୁଜଙ୍ଗ ----କୁଜଙ୍ଗର ବିଷିଷ୍ଟ କୃଷକନେତା ସ୍ୱର୍ଗତ ଗୌରମୋହନ ସାହୁଙ୍କ ସ୍ମୃତିରେ ଗୌରହରି ସେବା ଟ୍ରଷ୍ଟ ପକ୍ଷରୁ କଟକ ବାୟାବାବା ମଠରେ ଥିବା ସାଧୁ ଓ ଅନାଥ ଶିଶୁମାନଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଏହି କାର୍ଯ୍ୟ ଗୌରହରି ବାବୁ କରିଆସୁଥିଲା ବେଳେ ଚଳିତ ବର୍ଷ ଇହଲୀଳା ସମ୍ବରଣ କରିଥିବାରୁ ପିତାଙ୍କ ଏହି ପବିତ୍ର କାର୍ଯ୍ୟକୁ ଟ୍ରଷ୍ଟ ପକ୍ଷରୁ ତାଙ୍କର ସୁପୁତ୍ର ତଥା ଟ୍ରଷ୍ଟର ସେବାପତି ନବ କୁମାର ସାହୁ, ମିହିର କୁମାର ସାହୁ ଓ ଶିବ ସାହୁ ପ୍ରମୁଖ ଆଶ୍ରମର ପ୍ରମୁଖ ବିପିନ ବାବାଙ୍କୁ ଏହି ସାମଗ୍ରୀ ଅର୍ପଣ କରି ଆଶ୍ରୀବାଦ ଭିକ୍ଷା କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର