ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା
ପୁରୀ----- ପୁରୀ ଗୋବର୍ଧନ ମଠରେ ଜଗତଗୁରୁ ଶଙ୍କରଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରୀଶନ୍ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଭେଟିଛନ୍ତି | ଆଗାମୀ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଓ ରଥଯାତ୍ରା ନେଇ ଗୁରୁଜୀଙ୍କ ସହ ଆଲୋଚନା ହୋଇଥିବା ନେଇ ଅନୁମାନ କରାଯାଉଛି | ତେବେ ରଥଯାତ୍ରା ନୁହଁ ବରଂ ଲକଡାଉନ ପାଇଁ ଜଗତଗୁରୁଙ୍କ ସ୍ୱାସ୍ଥ୍ୟବସ୍ଥା ତଥା ମଠ ସମ୍ବନ୍ଧରେ ବୁଝାସୁଝା କରିବାକୁ ଆସିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର ମତ ରଖିଛନ୍ତି | ତେବେ ଦୀର୍ଘ ଏକଘଣ୍ଟାରୁ ଉର୍ଦ୍ଧ ସମୟର ଆଲୋଚନାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଆଲୋଚନା କରିଥିବା ସୂଚନା ମିଳିଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ