ପନି ପରିବା କରୋନା ନେଲା ଏବେ ବିରି ମୁଗ କାଳବୈଶାଖୀ ନେଲା
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକରେ ଖାଲୁଆ ଜମି ଗୁଡିକରେ ହୋଇଥିବା ବିରି, ମୁଗ ଅମଳ ଆରମ୍ଭ ହୋଇଯାଇଛି । ମାତ୍ର ଦୁଇଦିନ ଧରି କାଳବୈଶାଖୀ ବର୍ଷା ଯୋଗୁ ଅମଳ କରିବାକୁ ବିଲରେ ବା ରାସ୍ତା କରରେ ଗଦା ହୋଇଥିବା ବିରି, ମୁଗ ଏବେ ଗଜା ହେବାକୁ ଗଲାଣି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ରାଜ୍ୟରେ କରୋନା ଯୋଗୁ ଲୋକ ମାନେ କାମ କରିବାକୁ ଆସୁ ନାହାନ୍ତି । ପିଲା ଛୁଆଙ୍କୁ ଧରି ଚାଷୀ ଓ ଭାଗଚାଷୀ ମାନେ ଅମଳ କରିବା ପାଇଁ ଆଗେଇ ଆସୁଥିବା ବେଳେ ସେମାନଙ୍କ ବାଟ ଓଗାଳିଛି କାଳବୈଶାଖୀ । ପନି ପରିବା କରୋନା ନେଇଥିବା ବେଳେ ଏବେ ବିରିମୁଗ କାଳବୈଶାଖୀ ନେଲା ବୋଲି ଚାଷୀ ମାନେ କହନ୍ତି । ତୁରନ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି