Breaking News

ଗୁପଚୁପ ବିକାଳିଙ୍କୁ ସହାୟତାର ହାତ ବଢାଇଲା ସୂର୍ଯ୍ୟାଲୋକ ସମାଜସେବା


ବରୀ---- ବିହାର  ରାଜ୍ୟରୁ ଆସି  ଯାଜପୁର ଜିଲ୍ଲା ବରୀରେ ରହି ଗୁପଚୁପ ବିକ୍ରି କରି ପେଟ ପାଟଣା ପୋଷଣ କରୁଥିଲେ ୭ଟି ପରିବାର । କରୋନା ପାଇଁ  ଲକଡାଉନ ଜାରି ହୋଇଛି । ଗୋଟିଏ ପଟେ  ସରକାରୀ ରୋକ ଗୁପଚୁପ ବିକ୍ରି ଉପରେ ଓ ତା ସହିତ ଲକଡାଉନ ପାଇଁ ନିଜ ଗ୍ରାମକୁ ଏମାନେ ଯାଇ ପାରୁ ନାହାନ୍ତି ।  ପାଖରେ ଗଛିତ ଅର୍ଥ ସରିଯାଇଥିଲାବେଳେ ସେମାନଙ୍କ ଖାଇବା ପିଇବାରେ ସମସ୍ୟା ଦେଖାଦେଇଛି । ବରୀ ସରପଞ୍ଚଙ୍କୁ ଏମାନେ ସାହାଯ୍ୟ ପାଇଁ ନିବେଦନ କରିଥିଲେ ମଧ୍ୟ ସରପଞ୍ଚ ସେମାନଙ୍କୁ ସାହାଯ୍ୟ ଯୋଗାଇ ପାରିନଥିଲେ ।  ଏ ବିଷୟରେ ୩୦ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପରେ ଯାଜପୁର ଟାଉନର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜସେବା ପରିବାର ପକ୍ଷରୁ ଏହି ଗୁପଚୁପ ବିକାଳି ମାନଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରାଯାଇଛି । ଖବର ପାଇ ଅନୁଷ୍ଠାନର ପ୍ରମୁଖ ବାସୁବନ୍ଧୁ ଦାସଙ୍କ ନେତୃତ୍ୱରେ ଅସିତ ଅଂଶୁମାନ ରାଉତରାୟ, ମୁନା ବିଶ୍ୱାଳ, କ୍ଷୀରୋଦ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଗୁପଚୁପ ବିକାଳି ମାନଙ୍କୁ ଭେଟି  ତାଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତାଙ୍କୁ କିଛିଦିନ ପାଇଁ ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ ।  ଏହା ସହିତ ମାକ୍ସ ପ୍ରଦାନ କରି ସଚେତନ ମଧ୍ୟ କରିଥିଲେ । ସୂର୍ଯ୍ୟାଲୋକ ସମାଜସେବା ପରିବାର ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନକୁ ବରୀର ବୁଦ୍ଧିଜୀବି ମାନେ ପ୍ରଶଂସା କରିବା ସହିତ ସଂପୃକ୍ତ ଯୁବକ ମାନଙ୍କୁ ବଧେଇ ଜଣାଇଛନ୍ତି ।
ଯାଜପୁର ବରୀରୁ ଦର୍ଶନ ବେହେରା

Blog Archive

Popular Posts