Breaking News

ପୋଲିସ କନେଷ୍ଟବଳ ବସନ୍ତ କୁମାର ଗାଗରାଇ ଦୃଘଟଣାରେ ମୃତ୍ୟୁ


ଅନୁଗୋଳ ----- ଅନୁଗୋଳ ଜିଲ୍ଲା ପୂର୍ବତନ ନାଲକୋ ଥାନା ତଥା ବର୍ତ୍ତମାନ ରେଙ୍ଗାଲି ଥାନାରେ ଯୋଗ ଦେଇ ଥିବା ପୋଲିସ କନେଷ୍ଟବଳ ବସନ୍ତ କୁମାର ଗାଗରାଇଙ୍କର  ଦୃଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଘର ପାଲଲହଡ଼ା ଥାନା କାଇଁସରପାଲି । ସେ ରେଙ୍ଗାଳି ଥାନାରେ କାର୍ଯ୍ୟରତ ଥିଲେ । ମିଳିଥିବା ସୂଚନା ଅନୁସାରେ ବସନ୍ତ ଆଜି ସନ୍ଧ୍ୟାରେ ଡାକ ନେଇ ପାଲଲହଡ଼ା ଏସଡ଼ିପିଓ ଅଫିସ ଯାଉଥିଲେ । ତେବେ ଜାତୀୟ ରାଜପଥ ୪୯ ର ଝିମିରିପାଲି ନିକଟରେ ରାସ୍ତା ଉପରକୁ ଏକ ଗାଈ ପଳାଇ ଆସିବା ସହ ବସନ୍ତଙ୍କ ମୋଟର ସାଇକେଲରେ ଧକ୍କା ହୋଇଥିଲା ଫଳରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପାଲଲହଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥଲେ ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts