Breaking News

କୁଜଙ୍ଗ ବ୍ଲକରେ ବ୍ୟାପକ ମୁଗ ଫସଲ ନଷ୍ଟ କ୍ଷତିପୁରଣ ନମିଳିଲେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଚେତାବନୀ

କୁଜଙ୍ଗ ----- କୁଜଙ୍ଗ ବ୍ଲକ ଅଞ୍ଚଳରେ ପ୍ରାୟ ଏକସପ୍ତାହରୁ ଉର୍ଦ୍ଧ୍ୱ ହେବ ଲଗାଣ ଓ ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀରେ ବ୍ୟାପକ ମୁଗ ଫସଲ ନଷ୍ଠ ହୋଇଥିବାର ଜଣାପଡିଛି । ଯାହାଫଳରେକି ଚାଷି ମୁଣ୍ଡରେ ହାତଦେଇ ବସିଛି । କୁଜଙ୍ଗ ବ୍ଲକର ୨୮ ପଞ୍ଚାୟତରେ  ରବି ଋତୁରେ ୮ହଜାର ୫୭୦ ହେକ୍ଟୋର ଜମିରେ ମୁଗ ଚାଷ ହୋଇଥିଲ।। କୃଷି ବିଭାଗ ତରଫରୁ ୭୨ ଘଂଟା ମଧ୍ୟରେ ପ୍ରାଥମିକ ସର୍ଭେ କରାଯିବାପରେ ପ୍ରାୟ ୨ହଜାର ୪୨୫ ହେକ୍ଟୋର ଜମିର ମୁଗ ଫସଲ ଅଦିନିଆ ବର୍ଷାଯୋଗୁ ନଷ୍ଠ ହୋଇଥିବାର କୁଜଙ୍ଗ କୃଷି ଅଧିକାରୀ ପ୍ରଦୋଶ ବେହେରାଙ୍କଠାରୁ ପ୍ରକାଶ । ପୁନର୍ବାର କୃଷି ବିଭାଗ ଓ ରାଜସ୍ୱ ବିଭାଗ ତରଫରୁ ଯୁଗ୍ମ ତଦନ୍ତ କରାଯାଇ ସଠିକ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କୃଷିବିଭାଗ ପକ୍ଷରୁ ସହକାରୀ କୃଷି ଅଧିକାରୀ ପ୍ରଦୋଶ ବେହେରା  ପ୍ରକାଶ କରିଛନ୍ତି ।  କେଉଁଠି ମୁଗ ବିଲରେ ଆଣ୍ଠୁଏ ପାଣିତ ଆଉ କେଉଁଠୁ ସୁଖିଲା ମୁଗ ବର୍ଷାମାଡରେ ଫାଠି ବିଲରେ ଗଜା ହୋଇଗଲାଣି । ଗୋଟିଏ ପଟେ ମହାମାରି ଭୂତାଣୁ ସଂକ୍ରମଣ ଯୋଗୁ ଚାଷି ଲକ୍‌ଡାଉନର ସମ୍ମୁଖିନ ହୋଇ ମୂଲ ମଜୁରି ହାରାଇଥିବା ବେଳେ ଅନ୍ୟପଟେ ଅର୍ଥକାରି ରବିଫସଲ ମୁଗଚାଷ ଅଦିନିଆ ବର୍ଷାଯୋଗୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷିର ଆର୍ଥିକ ମେରୁ ଦଣ୍ଡ ଭାଙ୍ଗି ପଡିଛି । ତେଣୁ ସରକାର ତୁରନ୍ତ କ୍ଷୟ କ୍ଷତି ଆକଳନ କରି ଚାଷିଙ୍କୁ ଆର୍ଥିିକ ସହାୟତା ଦେବାକୁ  ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ନେତା ବିଷ୍ଣୁ ସ୍ୱାଇଁ, ନୂତନ ତ୍ରୀପାଠୀ, ଉମାକାନ୍ତ ପରିଡା ଓ ପ୍ରମୋଦ ଜେନା ପ୍ରମୁଖ ଦାବି କରିଛନ୍ତି । ତୁରନ୍ତ ଚାଷିଙ୍କ କ୍ଷତି ପୁରଣ ପ୍ରଦାନ କରାନଗଲେ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ ସଂଗଠନର ସଂଯୋଜକ ବିଷ୍ଣୁ ସ୍ୱାଇଁ ଚେତାବନି ଦେଇଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts