କ୍ୱରୋଣ୍ଟାଇନ ଘର ଜଗିଛନ୍ତି ଶିକ୍ଷକ
ସାକ୍ଷୀଗୋପାଳ -----ରାଜ୍ୟରେ କରୋନା ପାଇଁ ସମସ୍ତେ ଚିନ୍ତିତ । ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ କ୍ୱାରେଣ୍ଟାଇନ ଘର କରିଛନ୍ତି । ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ ଘରକୁ ପାଳି କରି ଜଗିଛନ୍ତି ପେଣ୍ଠପଡା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ । ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରାଙ୍କ ତତୃବଧାନରେ ଶିକ୍ଷକ ଶିକ୍ଷୟତ୍ରୀ, ୱାର୍ଡ ସଭ୍ୟ ସଭ୍ୟା, ମହିଳା ଗୋଷ୍ଠୀ, ଆଶା ଦିଦି ମାନେ କ୍ୱାରେଣ୍ଟାଇନ ଘର ଜଗି ରହିଛନ୍ତି । ତିନି ତାରିଖ ପରେ ରାଜ୍ୟ ଓ ରାଜ୍ୟ ବାହରରୁ ପାୟ ଶତାଧିକ ଲୋକ ଫେରିବାର ସୁଚନା ମିଳିଛି । ଏହାକୁ ନଜର କରି କ୍ୱାରେଣ୍ଟାଇନ ଠାରେ ସମସ୍ତ ବନ୍ଦୋବସ୍ଥ କରାଯାଇଥିବା ସରପଞ୍ଚ ଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି