ବାହାର ରାଜ୍ୟରେଥିବା ଲୋକଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ
ଓଡ଼ଗାଁ /କୁରାଳ----- ସାରା ଦେଶରେ ଲକ ଡାଉନ ଜାରି ରହିଛି । ବାହାର ରାଜ୍ୟରେ ଫସି ରହିଛନ୍ତି ୫ ଲକ୍ଷ ଓଡ଼ିଆ । ସେମାନଙ୍କ ନାମ ପଞ୍ଜିକରଣ କରି ଓଡିଶାକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ନିର୍ଦେଶକୁ ନଜର କରି ନୟାଗଡ ଜିଲ୍ଲାପାଳ ଡ.ପୋମା ଟୁଡୁ ଆଜି ଭିଡିଓ ବାର୍ତ୍ତା ଜରିଆରେ ଜିଲ୍ଲାର ସମସ୍ତ ତହସିଲଦାର,ବିଡ଼ିଓ ,ସରପଞ୍ଚମାନଙ୍କୁ ଲକଡାଉନ ପରେ ଓଡିଶାକୁ ଫେରିବା ପାଇଁ ପ୍ରସ୍ତୃତ ଥିବା ଓଡ଼ିଆ ଲୋକଙ୍କୁ ଗ୍ରାମ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ନାମ ପଞ୍ଜିକରଣ ବାଧ୍ୟତାମୂଳକ । ସେମାନଙ୍କୁ ପ୍ରଥମ କ୍ବାରେଣ୍ଟାଇନ ରଖିବା ପାଇଁ କହିଥିଲେ ।
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁଁହି, ଗିରିଡିପଲ୍ଲୀ,କୋମଣ୍ଡ ଏବଂ କୁରାଳ ଗ୍ରାମପଞ୍ଚାୟତରେ ନାଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେଇଅଛି ।ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ସୁନାମୁଁହି ଗ୍ରାମପଞ୍ଚାୟତ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚ ମାନଶ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ମୋଟ ୫୬ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି । କୁରାଳ ଗ୍ରାମପଞ୍ଚାୟତରେ ସରପଞ୍ଚ ଝିଲି ପ୍ରଧାନଙ୍କ ଉପସ୍ଥିତିରେ ୬୦ ଜଣ ଏବଂ କୋମଣ୍ଡ ପଞ୍ଚାୟତରେ ସରପଞ୍ଚ ସୁଶାନ୍ତ ଦଳେଇ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିନାଥ ପରିଡାଙ୍କ ସହଯୋଗରେ ୯୮ ଜଣ ଏବଂ ଅନୁରୂପଭାବେ ଗିରିଡିପଲ୍ଲୀ ଗ୍ରାମପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ସାହୁ ଏବଂ ସରପଞ୍ଚ ସନ୍ୟାସୀ ପ୍ରଧାନଙ୍କ ଉପସ୍ଥିତିରେ ପଂଚାୟତ କାର୍ଯ୍ୟାଳୟ ଗୃହଠାରେ ମୋଟ ୧୧ଜଣଙ୍କର ନାଁ ପଞ୍ଜିକରଣ କରାଯାଇଅଛି ।ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ପ୍ରସାଶନ ତରଫରୁ ସୂଚନା ମିଳିଛି।