ପ୍ରଶାସନ ଓ ରାଜନୈତିକ ହରଡ଼ଘଣାରେ ପରିବା ଚାଷୀ....
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଯାହାକୁ କୁହାଯାଏ ଓଡିଶାର ଭାତହାଣ୍ଡି । ଏହି ସ୍ଥାନରୁ ଦେଶର ବିଭିନ୍ନ ସ୍ଥାନକୁ ଖାଦ୍ୟ ଶସ୍ୟ, ଚାଉଳ ଆଦି ରପ୍ତାନି ହୋଇଥାଏ। ହେଲେ ଏଠାରେ ଚାଷୀଙ୍କ ସମସ୍ୟା ବୁଝୁଛି କିଏ । ସେଥିରେ ମଧ୍ୟରେ ଲୋକେ କରୁଛନ୍ତି ରାଜନୀତି । ଅତାବିରା ଏନଏସି ବାରଟି ୱାର୍ଡ ସେଥିମଧ୍ୟରୁ ଏଗାର ନମ୍ବର ୱାର୍ଡ ରେଙ୍ଗାଲିକେମ୍ପ ଛକ ଅନ୍ୟତମ କାରଣ ସେଠାକୁ ରାତିରୁ ଆସି ଚାଷୀମାନେ ବଜାର କରିଥାନ୍ତି। କରୋନା ଯୋଗୁ ଅତାବିରା ମାର୍କେଟ ୟାର୍ଡ଼ ଏବଂ ପ୍ରଶାସନ ତରଫରୁ ଚାଷୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରି ଅତାବିରାରେ ବଜାର ବସେଇବାପାଇଁ ବାଧ୍ୟ କରିଥିଲେ। କିନ୍ତୁ ଅତାବିରା ଏନଏସି ଅଧକ୍ଷାଙ୍କ ଅଜାଣତରେ କରାଯାଇଥିଲା । ଏନଏସି ଅଧକ୍ଷା ଦୀପାଞ୍ଜଳୀ ଭରାସାଗର ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ ଏବଂ ଅନ୍ୟ କାଉନସିଲର ମାନଙ୍କୁ ଚାଷୀମାନେ ନିଜର ଅସୁବିଧା ଜଣେଇଥିଲେ ଏବଂ ଭିତର ଗାଁ ମାନଙ୍କରେ ଆମେ ରହୁଛୁ ରେଙ୍ଗାଲିକେମ୍ପ ଛକକୁ ଆମକୁ ଆସିବା ସହଜ ହେଉଛି ବେପାରୀ ମାନେ ସାଇକେଲ କିମ୍ବା ଚାଲିକରି ମଧ୍ୟ ଆସି ବେପାର କରିଥାନ୍ତି । ହେଲେ ହଠାତ ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ଏବଂ ଅତାବିରା ମାର୍କେଟ ୟାର୍ଡ଼ ସମ୍ପାଦକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବୈଠକ ପରେ ସେମାନେ ଆସି ଚାଷୀଙ୍କୁ ଅତାବିରା ସ୍ଥାନାନ୍ତର କରିବାପାଇଁ ଆଦେଶ ପରେ ବହୁତ ଅସୁବିଧା ହେଉଛି ବୋଲି ଚାଷୀ ମାନେ ଜଣେଇ ଥିଲେ। ପରେ ଏନଏସି ଅଧକ୍ଷା ତାଙ୍କର ଦୁଃଖ ବୁଝିପାରି ରେଙ୍ଗାଲିକେମ୍ପ ଛକ ପାଖରେ ଏକ ସ୍ଥାନ ସଫା କରେଇ ସମସ୍ତ ଚାଷୀମାନଙ୍କ ପାଇଁ ସୁବିଧା କରିଥିଲେ । କିଛି କୁଜିନେତା ସେମାନଙ୍କ କହିବା ଅନୁସାରେ ଆମେ ଏହି କାମ କରିଛୁ ବୋଲି କହୁଥିବାର ଚାଷୀମାନେ କହୁଛନ୍ତି।ଫଳରେ ଅଧ୍ୟକ୍ଷା ତଥା ସମସ୍ତ କାଉନସିଲର ମାନେ ଆଜି ରେଙ୍ଗାଲିକେମ୍ପ ପରିବା ବଜାରକୁ ଯାଇ ସମସ୍ତ ଚାଷୀଙ୍କୁ ସହ ଭେଟ ହୋଇଥିଲେ ଏବଂ ଜିଲ୍ଲା ପ୍ରଶାସନ ଓ ଏନ୍ଏସି କାଉନସିଲର ମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି ତେଣୁ ଚାଷୀମାନେ ଯାହା ଅସୁବିଧା ହେଲେ ଆମେ ଆପଣଙ୍କ ସହ ଅଛୁ ବୋଲି ଏନଏସି ଅଧ୍ୟକ୍ଷା ଦୀପାଞ୍ଜଲି ଭରାସାଗର କହିଛନ୍ତି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ