ଲକଡ଼ାଉନ୍ ଯୋଗୁଁ ଅକ୍ଷୟ ତୃତୀୟା ଫିକା ପଡିଲା
ଶରଣକୁଳ- ---ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା।ଏହି ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି।କିନ୍ତୁ ଦୁଃଖର କଥା ଚଳିତ ବର୍ଷ କରୋନାର ଭୟାବହତା ଏହି ପର୍ବକୁ ଫିକା ପକେଇଦେଇଛି।ଏହି ପବିତ୍ର ତିଥିକୁ ସମସ୍ତ ହିନ୍ଦୁମାନେ ଅକ୍ଷୟ ତୃତୀୟା ବା ଚାଷକାର୍ଯ୍ୟ ଆରମ୍ଭର ପର୍ବ ଭାବରେ ପାଳନ କରିଥାନ୍ତି।ଏହି ଦିନଟି ଆସିବ ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି।ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶରଣକୁଳ ନିକଟସ୍ଥ ଶିଖରପୁର ଗ୍ରାମର ଗ୍ରାମଦେବୀ ମା'ଯଜ୍ଞେଶ୍ବରୀ ଦେବୀଙ୍କ ପୀଠରେ କେବଳ ପୂଜକଙ୍କ ଦ୍ଵାରା ପାରମ୍ପରିକ ରୀତିନୀତିରେ ହୋମଯଜ୍ଞ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।କରୋନା ସଂକ୍ରମିତ ଯୋଗୁଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୋଭାଯାତ୍ରା,ଜଳଯାତ୍ରା ଓ ପୌରାଣିକ ନାଟକ ପରିବେଷଣ ଦେଖିବାକୁ ମିଳିନଥିଲା। ପ୍ରଶାସନର କଟକଣାକୁ ସମର୍ଥନ କରି ଭକ୍ତମାନେ ସାଧାରଣ ଦର୍ଶନ ରୁ ବଞ୍ଚିତ ହୋଇଛନ୍ତି।
ଶରଣକୁଳ ରୁ ମାନସ କୁମାର ସାହୁ।