Breaking News

ଭକ୍ତ ଚରଣ ଯୁବ ସଂସଦ ପକ୍ଷରୁ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ---- ବେଗୁନିଆ ଥାନା କବିତୀର୍ଥ  ସାନପଦର ଗ୍ରାମର ଭକ୍ତ ଚରଣ ଯୁବ ସଂସଦ ସହଯୋଗରେ ସ୍ଥାନୀୟ ଭକ୍ତ ଚରଣ  ସରକାରୀ ବିଦ୍ୟାପୀଠରେ  ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରୁ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । କୋଭିଡ-୧୯ ନିୟମ ଅନୁଯାଇ ସମସ୍ତ କର୍ମଚାରୀ,ଅନୁଷ୍ଠାନର କର୍ମକର୍ତା ଓ ରକ୍ତଦାତା ମାନେ ମାସ୍କ ପିନ୍ଧିବା ସହ ଆବଶ୍ୟକୀୟ ସାମାଜିକ ଦୂରତ୍ୱ ରକ୍ଷା କରି ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ,ସଂସଦର ସଭାପତି ଶ୍ରୀକାନ୍ତ କୁମାର ନାୟକ ,ସମ୍ପାଦକ ମାନସ ରଞନ ସାମନ୍ତରାୟ,ଗ୍ରାମ୍ୟ କମିଟିର ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର,ଶିକ୍ଷାବିତ୍ ରାଜ କିଶୋର ବ୍ରହ୍ମା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗୀ ନାଥ ନାୟକ,ଅଧ୍ୟାପକ ତ୍ରିଲୋଚନ ସାହୁ,ପୂର୍ବତନ ସରପଞ୍ଚ ରଘୁନାଥ ସାହୁ  ଓ ବିଜୟ କୁମାର ଗୁମାନସିଂହ ପ୍ରମୁଖ ଯୋଗ ଦେଇ  ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଖୋର୍ଦ୍ଧା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସ୍ୱରୂପ ରଞନ ସାହୁ ,ଲାବଟେକନସିିଆନ ଅରୁଣ କୁମାର ସାହୁ,ଝୁନୁବାଳା ସାହୁ ଓ ସହାୟିକା ଅମିତା ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ସମାଜସେବୀ ଯୋଗେଶ୍ୱର ପଣ୍ଡା ଶିବିରକୁ ପରିଚାଳନା କରିଥିଲେ ।ଏହି ଅବସରରେ ସଂସଦର ସଭ୍ୟମାନେ ପ୍ରେରଣା ଅନୁଷ୍ଠାନର ସଭାପତି ତଥା ଗ୍ରୀନ ଆର୍ମି କମାଣ୍ଡର ଡଃ ଦିଲ୍ଲୀପ କୁମାର ଶ୍ରୀ ଚନ୍ଦନଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । 
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts