ଦଳପୂର୍ଣ୍ଣ ନାଳ ଭିତରୁ ୨ଟି ଗାଈ ଉଦ୍ଧାର
ବରୀ-ବାରୁହଁ ଏମ ଡି ଆର -୧୪ ରାସ୍ତାର ନେଉଳା ଛକ ନିକଟରେ ଏକ ନାଳ ରେ ଦୁଇଟି ଗାଈ ଲଟା ଓ ନାଗ ଦଳ ଖାଇ ବାକୁ ଯାଇ ଫସି ଯାଇଥିଲେ । ଗାଇ ଦୁୁଇଟି ବାହାରକୁ ଆସିବା ପାଇଁ ଉଦ୍ୟମ କରୁ ଥିଲେବି ଦଳ ଓ ଲତାରେ ଗାଇ ମାନଙ୍କ ଗୋଡ ଛନ୍ଦି ହୋଇ ଯାଇଥିଲା । ଦଳରେ ଛଟପଟ ହୋଉଥିବାରୁ ରାସ୍ତା ରେ ଯାଉଥିବା ଦୁଇ ପଥଚାରି ସନ୍ତୋଷ ଦାଶ ଓ ତାଙ୍କ ସହଯୋଗୀ ନଜରକୁ ଆସିବା ପରେ ଦୁଇ ଜଣ ମିଶି ଗାଈ ଦୁଇଟି ଙ୍କୁ ନାଳ ଭିତରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି।