Breaking News

୨୧ ୟୁନିଟ ରକ୍ତ ସଂଗ୍ରହ

ଡେଲାଙ୍ଗ ----- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଯାହା ଫଳରେକି ସମସ୍ତ ବ୍ଳଡ ବ୍ୟାଙ୍କ ମାନଙ୍କରେ ରକ୍ତ ଅଭାବ ଦେଖାଯାଇଛି । ଏହାକୁ ଲକ୍ଷ୍ୟ କରି ସମ୍ବାଦ , ଆମ ଓଡିଶା ଓ ବରକେରା ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ସମ୍ବାଦ ପ୍ରତିନିଧି ଦୀପକ କୁମାର ମିଶ୍ର ଓ ସାମାଜିକ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ନେତ୍‌ୃତ୍ୱରେ ୨୧ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଭୁବନେଶ୍ୱର ବିଏମସି ବ୍ଳଡ ବ୍ୟାଙ୍କ ପକ୍ଷରୁ କୈବଲ୍ୟ ପ୍ରଧାନ, ସଂଘମିତ୍ରା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ବରାଳ, ଲିପକ ପାଲରା ରକ୍ତ ସଂଗ୍ରହ କରିଥିଲେ । ଆମ ଓଡିଶା ପକ୍ଷରୁ ସଂଗ୍ରାମ ସାମନ୍ତରାୟ, ପ୍ରଭାତ ସେନାପତି,ତନ୍ମୟ ବରୀସଲ ରକ୍ତ ଦାନ ଶିବିର ପରିଦର୍ଶନ କରିଥିଲେ । ଶିକ୍ଷକ ପ୍ରଦୀପ କୁମାର ସେଠୀ, ପର୍ଶୁରାମ ସାହୁ, ମଞ୍ଜୁଲତା ପ୍ରଧାନ, ସୁଧୀର କୁମାର ଜେନା ବିରଞ୍ଚି ନାରାୟଣ ବରାଳ, ପୁରୁଷୋତ୍ତମ ନାୟକ ଓ ପରିବେଶ ବିତ୍ତ ବିଶ୍ୱଜିତି ପରିଡା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts