ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ କାଞ୍ଜିଆ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ସଫେଇ
ସାକ୍ଷୀଗୋପାଳ --- କରୋନା ଭୂତାଣୁକୁ ଯେପରି ରୋକା ଯାଇ ପାରିବ ସେଥିପ୍ରତି ପ୍ରଶାସନ କଡା ନଜର ରଖିଛି । ଏହାକୁ ନଜର କରି ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚଙ୍କ ପ୍ରତିନିଧି ନିରୁ ବେହେରାଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ ସଫେଇ କରାଯାଉଛି । ଯେପରିକି ଅଳିଆ ଅବର୍ଜନା ଯୋଗୁ କରୋନା ନ ହେଉ ସେଥିପ୍ରତି ଗ୍ରାମ ରାସ୍ତା ଘାଟ ଗୁଡିକ ସଫେଇ କରାଯାଉଛି । ବାସୁକେରା, ରଙ୍ଗଣିସାହି, ହୋତାସାହି, ଗୋପାଳପୁରପାଟଣା ଆଦି ଗ୍ରାମ ରାସ୍ତା ସଫେଇ କରାଯାଇଥିବା ବେଳେ ଆଜି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସଫେଇ କରାଯାଉଛି ବୋଲି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି