ଏସ୍ଏଚ୍ଜି ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ
କୃଷ୍ଣପ୍ରସାଦ ---କରୋନା ପାଇଁ ମାସ୍କକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ବଜାରରେ ମାସ୍କ ଗୁଡିକର ମୁଲ୍ୟ ଅଧିକ ହୋଇଥିବାରୁ ଗରିବଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି । ଲକ୍ ଡାଉନ ଯୋଗୁଁ କାମ ଦାମ ନ ମିଳିବାରୁ ଲୋକଙ୍କ ପକ୍ଷେ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡିଛି । ଏହି ଅବସରରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅଧିନସ୍ଥ ତ୍ରିନାଥ ଦେବ ସ୍ୱୟଂ ସହାୟକ ଗୋଷ୍ଠୀ ,ପାଟପୁର ତରଫରୁ ସିଆଳ ପଞ୍ଚାୟତ ଅଧିନସ୍ଥ ହରିଜନସାହି ର ସମସ୍ତ ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ , ପରିବା,ବିସ୍କୁଟ,ସାବୁନ ସହିତ ମାସ୍କ ବଣ୍ଟନ କରାଯାଇଛି । ବଡଅଁଳ ପଞ୍ଚାୟତ ଅଧିନସ୍ଥ ଶ୍ରୀରାମପୁର ଗ୍ରାମର ଗରିବ ମତ୍ସ୍ୟଜୀବି ପରିବାରକୁ ଏହି ଶୁଷ୍କ ଖାଦ୍ୟ ଏବଂ ମାସ୍କ ବଣ୍ଟନ ସହିତ କରୋନା ମହାମାରୀ ଦିଗରେ ସଚେତନ କରିଥିଲେ । ସଂଗଠନର ସଭାନେତ୍ରୀ ମମତା ତରେଇ,ସମ୍ପାଦିକା ସଞୁଲତା ସାହୁଙ୍କ ନେତୃତ୍ୱରେ କର୍ମକର୍ତା ମାନେ ସାମାଜିକ ଦୂରତା ରକ୍ଷା କରି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁ