ସତ୍ୟବାଦୀ ଆଇନ ଜୀବୀ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପରିସରରେ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି । ମଧୁବାବୁଙ୍କ ତୈଳଚିତ୍ରରେ ସମସ୍ତ ଆଇନଜୀବୀ ମାନେ ମାଲ୍ୟାର୍ପଣ , ଧୂପ ଦୀପ ଦେଇଥିଲେ । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଏଥିପାଇଁ ସାମାଜିକ ଦୂରତା ରକ୍ଷା କରି ମଧୁବାବୁଙ୍କ ଜୀବନି ସମ୍ପର୍କରେ ଆଲେଚନା କରିଥିଲେ । ଆଇନଜୀବୀ ସୁଶାନ୍ତ କୁମାର ରଥ, ରବିନ୍ଦ୍ର ଦାସ, ବିଦୁ ଭୂଷଣ ମହାନ୍ତି, ଉପେନ୍ଦ୍ର ବିଶ୍ବାଳ, ସନ୍ତୋଷ କୁମାର ବେହେରା, ଅମୂଲ୍ୟ ଦାସ, ପ୍ରଭାକର ମିଶ୍ର, ନୀଳକଣ୍ଠ ବାରିକ, ବାଳକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି