Breaking News

ଏଫ . ଇ. ଏସ , ଦ୍ୱାରା କରୋନାଯୁଦ୍ଧର ପ୍ରକୃତ ହିରୋଙ୍କୁ ସମ୍ବର୍ଦ୍ଧନା


:ଓଡ଼ଗାଁ -----ଆଜି ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ପରିସରରେ ଜାତୀୟ ସ୍ତରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ  (FES),ଆନନ୍ଦ ,ଗୁଜୁରାଟ ଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ପ୍ରଦତ୍ତ ମାସ୍କ ,ସାନିଟାଇଜର ଓ ଗାମୁଛା ପ୍ରଦାନ କରାଯାଇଥିଲା । ଓଡଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ବିଶ୍ୱାଳ ,ତାଙ୍କର ସହଯୋଗୀ  ଏଏସଆଇ ଓ ଅନ୍ୟ ସମସ୍ତ କର୍ମଚାରୀ ଙ୍କ ସହିତ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ ,ଅଶୋକ ମହାପାତ୍ର ,ସାରସ କୁମାର ମିଶ୍ର - ,ସୁବ୍ରତ କୁମାର ସାହୁ ,ଫକୀର ମୋହନ ମହାରଣା  ,ନାରାୟଣ ସାହୁ ,ହୃଦୟ ରଞ୍ଜନ ମହାରଣା ଙ୍କୁ ଜଙ୍ଗଲ ସୁରକ୍ଷା ମହାସଂଘ ,ନୟାଗଡ଼ ର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ,ବରିଷ୍ଠ ସଭ୍ୟ ନିରଞ୍ଜନ ମହାପାତ୍ର ସମସ୍ତଙ୍କୁ ମାସ୍କ ,ସାନିଟାଈଜ଼ର ଓ ଗାମୁଛା ପ୍ରଦାନ କରି ଉତ୍ସାହିତ କରିଥିଲେ !ତତ୍ସଙ୍ଗସଙ୍ଗେ ପୋଲିସ ଭାଇ ମାନଙ୍କୁ ଗ୍ଲୋବସ ମଧ୍ୟ ପ୍ରଦାନ କରାଯାଇଥିଲା।  କରୋନା ପ୍ରତିକାର ଓ ସେବା ପ୍ରଦାନ ପାଇଁ ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା  ସିଡିଏମଓଙ୍କୁ  ୩୦୦ ଶହ PPE କିଟ ,ସାନିଟାଇଜର ବୋତଲ ,ଏବଂ ୧୦୦୦ ମାସ୍କ ଜଙ୍ଗଲ ସୁରକ୍ଷା ମହାସଂଘ ,ନୟାଗଡ଼ ର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଦ୍ୱାରା ପ୍ରଦାନ କରାଯାଇଛି ।
କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts