Breaking News

ଘରେ ଚାଉଳ ଅଛି ; ତରକାରୀ ପାଇଁ ଅର୍ଥ ନାହିଁ

ସାକ୍ଷୀଗୋପାଳ----  ପଇଡ ବିକିଲେ  ତେଲ, ଲୁଣ ,ଡାଲି, ପନି ପରିବା ଘରକୁ ନେବୁ ।  ନେଲେ ଘରେ ରୋଷୋଇ ହେବ । ପିଲା ମାନେ ଖାଇବେ ନଚେତ ଭାତ , ସାଙ୍ଗରେ ଶାଗ କେତେଦିନ ଖାଇବୁ । ବିନା ତରକାରୀରେ ପଖାଳ ଓ ଶାଗ କେତେଦିନ ଖାଇବୁ । ଆଜିର ଯୁଗରେ  ପିଲା ମାନେ ଉପାସରେ ରହିଯାଉଛନ୍ତି ପଛେ ପଖାଳ, ଶାଗ ଖାଉନାହାନ୍ତି । ମାଛ ମାଂସ କଥା ଛାଡ ସାମନ୍ୟ ତରଖାରୀ ନାହିଁ ବୋଲି ନିଜ ନାମ ଗୋପନ ରଖି ଜଣେ ପଇଡ ବିକାଳି ଦୁଖଃ କୋହ ଭରାରେ କହିଥିଲେ । ୍ରେଉ କେତେ ଦିନ ଘରେ ବସିବୁ । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ହୋଇଛି । ସବୁ ଠପ ହୋଇଯାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି କାମ ନ ଥିଲେ ଘରୁ ନ ବାହାରିବା ପାଇଁ ମନା କରି ଦେଇଛନ୍ତି । ଯାହା ଫଳରେକି ଆମ ପରି କ୍ଷୁଦ୍ର ବ୍ୟବସାୟୀ , ଦିନ ମଜୁରିଆ, ରିକ୍ସାବାଲା, ଟଲି ଚାଳକ ବିଶେଷ ଭାବେ ଅସୁବିଧାରେ ପଡିଛନ୍ତି । ଏପରିକି ଯେଉଁମାନେ ଖଟିଲେ ମଜୁରି ନେଲେ ସେମାନଙ୍କ ପରିବାର ପୋଷଣ କରୁଥିଲେ ସେମାନେ ଏବେ ବହୁ ଅସୁବିଧାରେ ପଡିଛନ୍ତି । ରାସ୍ତା କରରେ ପଇଡ ବିକ୍ରୟ କରି ଦି ପଇସା ରୋଜଗାର କରି ତାଙ୍କ ପରିବାର ପୋଷଣ କରିଥାନ୍ତି ।  କରୋନା ଯୋଗୁ ସବୁ ଠପ ହୋଇଯାଇଛି । ସେମାନଙ୍କ ପାଖରେ ଯାହା ଗଛିତ ଅର୍ଥ ସରିବା ପରେ ଏବେ ବେପାର ପାଇଁ ଅଣ୍ଟା ଭିଡିଛନ୍ତି । ଜାତୀୟ ରାଜପଥ କରରେ ନୁହେଁ  ଗ୍ରାମ ଦାଣ୍ଡରେ ।  ସେମାନେ ପଇଡ ବିକ୍ରୟ କରିବା ଆରମ୍ଭ କରି ଦେଇଛନ୍ତି ।  ଜାତୀୟ ରାଜପଥ କରରେ ଗୋଟିଏ ଗୋଟିଏ ପଇଡ ୧୫ରୁ ୨୦ ଟଙ୍କାରେ ବିକ୍ର କରାଯାଉଥିଲା । ଏବେ ସେହି ପଇଡ ଗ୍ରାମ ଦାଣ୍ଡରେ ୧୦ ଟଙ୍କାରୁ ଆରମ୍ଭ କରି ୧୫ଟଙ୍କା ପର୍ଯ୍ୟନ୍ତ ବିକ୍ରୟ କରାଯାଉଛି ।  ତଥାପି ପ୍ରଶାସନ ଅଧିକାରୀ ମାନଙ୍କୁ ଭୟ ଲାଗୁଛି ।  ଲୁଚି ଛପି ପଇଡ ବେପାର କରିବାକୁ ପଡୁଛି ବୋଲି କେତେକ ପଇଡ ବେପାରୀ କହନ୍ତି । କେବେ ଲକ ଡାଉନ ଖୋଲିବ କରୋନା କେବେ ଯିବ ଆମେ ଆମ ବେପାର କରିବୁ ଭଗବାନ ଜାଣିଥିବେ ବୋଲି ଲୋତକ ଭରା ଅଖିରେ କହନ୍ତି ।
 ଧୀରେନ୍ଦ୍ର ସେନାପତି 

Blog Archive

Popular Posts