Breaking News

ଭିତିଭୂମି ନଥାଇ କ୍ୱାରେଣ୍ଟାଇନ କେନ୍ଦ୍ର; ଗ୍ରାମବାସୀଙ୍କ ଦାବୀକୁ ପ୍ରଶାସନର ଅଣଦେଖା

ବେଗୁନିଆ---- ବେଗୁନିଆ  ବ୍ଲକ କୁଞୁରୀ ପଞ୍ଚ।।ୟତ ଅନ୍ତର୍ଗତ ଡାଳତୋଳା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରର ଭିତିଭୂମି ନଥାଇ ପ୍ରଶାସନ  କାହା ସ୍ୱାର୍ଥରେ ଖୋଲିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି । ଏହି ବିଦ୍ୟାଳୟଟି ଜନବସତି ମଧ୍ୟରେ ରହିଥିବାରୁ ବାହାର ଫେରନ୍ତା ପ୍ରବାସିକୁ ନେଇ କରୋନା ସଂକ୍ରମଣର ଭୟ ଥିବାରୁ ବୁଧବାର ଦିନ ପୂର୍ବାହ୍ନରେ ଗ୍ରାମବାସୀ, ମହିଳାଗୋଷ୍ଠୀ ଓ ୱାର୍ଡମେମ୍ବର ଏକାଠି ହୋଇ ଏଠାରେ କେନ୍ଦ୍ର ନ କରିବା ପାଇଁ ଦାବୀ କରିଥିଲେ । କେବଳ ଗ୍ରାମର ବାହାର  ଫେରନ୍ତାକୁ ଏଠାରେ ରଖାଯିବା ସହ  ପଞ୍ଚାୟତର ଅନ୍ୟ ଗ୍ରାମର ପ୍ରବାସୀଙ୍କୁ ନ ରଖିବା ପାଇଁ   ସ୍ଥାନୀୟ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅପ୍ରିତିକର ପରିସ୍ଥିତି ପାଇଁ  ଗ୍ରାମବାସୀ ମାନେ  ବିଡିଓଙ୍କୁ  ଦାୟୀ କରୁଛନ୍ତି ।  ବିଡିଓ ଲୋକମାନଙ୍କ ପାଖକୁ  ନ ଆସିଏବିଡିଓ ମହେନ୍ଦ୍ର କୁମାର  ଜେନା ଓ ପଞ୍ଚାୟତ ନୋଡାଲ ଅଫିସର ପତତି ପ୍ରିୟଦର୍ଶୀନୀ ସାହୁଙ୍କୁ ପଠାଇ  ଘଟଣାର ଆପୋଷ ସମାଧାନ ନିମନ୍ତେ ଚେଷ୍ଟା କରିଥିଲେ । ଗ୍ରାମାବସୀ ମାନେ  ନିଜ ଜିଦରେ ଅଟଳ ରହିଥିଲେ । ପରେ ଖୋର୍ଦ୍ଧା ସଦରଥାନା ଅଧିକାରୀ ଘଟଣା ସ୍ଥଳରେ  ପହଞ୍ଚି ଘଟଣାର ଅନୁଧ୍ୟାନ  କରି ଫେରି ଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ଦାବୀକୁ ବିଚାର ନ କରି  ପ୍ରଶାସନ  ନିଜ ଜିଦରେ ଅଟଳ ରହନ୍ତି ତେବେ  ଏଠାରେ ଆଇନ ବିଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ପାରିବ ନାହିଁ । ବିଡିଓଙ୍କ ଉପଯୁକ୍ତ ତଦାରଖ ଅଭାବରୁ ବହୁ କ୍ୱାରୋଣ୍ଟାଇନ କେନ୍ଦ୍ର  ଗୁଡିକ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ପାରିନାହିଁ ବୋଲି ଜଣାପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts