Breaking News

ବେଗୁନିଆ ଅଞ୍ଚଳରେ ଫେରିବା ପାଇଁ ନାମ ପଞିକରଣ କଲେ ୧୬୦୧

ବେଗୁନିଆ---- କରୋନା ଭଳି ମହାମାରୀ ରୋଗକୁ ପ୍ରତିହତ କରିବା ପାଇଁ ସାରା ଦେଶ  ଓ ରାଜ୍ୟରେ ଲକଡାଉନ ବ୍ୟବସ୍ଥାକୁ କଡାକଡି ଭାବରେ ପ୍ରଶାସନ ପକ୍ଷରୁ ଜାରି ରହିଛି । ରାଜ୍ୟ ବାହାରକୁ ଯାଇଥିବା ହଜାର ହଜାର ଲୋକ କରୋନା ସଂକ୍ରମଣ ପାଇଁ ହୋଇଥିବା ଲକଡାଉନରେ ଭିଭିନ୍ନ ସ୍ଥାନରେ କାମଧନ୍ଦା ନପାଇ ହାତ ବାନ୍ଧି ବସି ରହିଛନ୍ତି ।ଅନଲାଇନ ଯୋଗେ ପଞ୍ଚାୟତକୁ ଯାଇ ପ୍ରବାସୀ ଓଡିଆମାନେ ନିଜର ନାମ ,ଠିକଣା ଓ ଟେଲିଫୋନ ନମ୍ବର ଦେଇ ପଞିକରଣ କରୁଛନ୍ତି । ଖବର ଲେଖା ହେଲା ବେଳକୁ ବର୍ତମାନ ସୁଦ୍ଧା ୧୬୦୧ ଜଣ ନାମ ପଞିକରଣ କରିଥିବା  ବ୍ଲକ ନୋଡାଲ ଅଫିସର ଦେବାଶିଷ ସାହୁଙ୍କ ଠାରୁ ପ୍ରକାଶ । ବାହାର ରାଜ୍ୟର ଫେରନ୍ତାକୁ ନେଇ ପ୍ରଶାସନକୁ ଚିନ୍ତାରେ ପକାଇଥିବା ବେଳେ ସେମାନେ ପହଞ୍ଚିବା ପରେ ସିଧାସଳଖ ଭାବେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts