Breaking News

ସିଆଣ୍ଡି ମହିଳା ମହାସଂଘ ତରଫରୁ ସଚେତନତା

କୃଷ୍ଣପ୍ରସାଦ--- ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ବ୍ଳକର ସିଆଣ୍ଡି ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ତରଫରୁ  କରୋନା ସଚେତନତା ସହିତ ନିତ୍ୟାନ୍ତ ଆବଶ୍ୟକ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ସ୍ଥାନୀୟ ସରପଞ୍ଚ ଅନୀତା ନାୟକ, ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ସବିତା ପଲେଇ,ସମ୍ପାଦିକା ସଂଜୁଲତା ସାହୁ,ଏମବିକେ ଚାଇନା ଗୌଡୁ,ଗ୍ରାମ ରୋଜଗାର ସେବକ ବବିରାଣୀ ନାୟକ.ବ୍ଳକ ଦଳିତ ସେବା ସଂଗଠନର ମୁଖ୍ୟ ପରିଚାଳକ ପ୍ରବୀର କୁମାର ନାୟକ ପ୍ରମୁଖ ରତାମାଟି ଗ୍ରାମରେ କରୋନା ଭୁତାଣୁ ସମ୍ପର୍କରେ ସଚେତନତା କରାଇଥିଲେ ।  ଏହି ଅବସରରେ ମହିଳା ମହାସଂଘ ତରଫରୁ ରତାମାଟି ସିଆରପି ଅନୁପମା ତରେଇ,ଗୋପାଳପୁର ସିଆରପି ରଜନୀରାଣୀ ଜେନା,ସିଆଣ୍ଡି ସିଆରପି ମମତା ଜେନା ପ୍ରମୁଖ ଘରକୁ ଘର ଯାଇ ଲୋକଙ୍କୁ ମାସ୍କ,ସାବୁନ ବିତରଣ ସହିତ ସଚେତନ କରିଥିଲେ ।  ମହିଳା ମହାସଂଘ ତରଫରୁ  ମାଗଣାରେ ୫ହଜାର ମାସ୍କ ବାଟିଂବା ଲକ୍ଷ୍ୟ ରଖିଥିବା କହିଛନ୍ତି ଏମବିକେ ଚାଇନା ଗୌଡୁ ।
 କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ  ସ୍ୱାଇଁ

Blog Archive

Popular Posts