Breaking News

ଆପଣମାନେ ଘରେ ରୁହନ୍ତୁ ମୋ ନିର୍ବାଚନ ମଣ୍ଡଳୀକୁ କରେନା ମୁକ୍ତ କରନ୍ତୁ - ମହାରଥୀ



ପିପିଲି   ----ସମଗ୍ର ବିଶ୍ୱରେ କରୋନା କୁ ନେଇ ଲୋକମାନେ ଆତଙ୍କିତ । ଏଥି ଯୋଗୁଁ ସମଗ୍ର ଦେଶରେ  ଲକ ଡ଼ାଉନ କରାଯାଇଛି । ତେବେ ଏହି ଲକ ଡ଼ାଉନରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ପିପିଲି ନିର୍ବାଚନ ମଣ୍ଡଳୀରେ କିଭଳି ରହିଛି ସ୍ଥିତି ଭିଡିଓ କଲ୍ ମାଧ୍ୟମରେ ପାରିଥିଲେ ବିଧାୟକ  ପ୍ରଦୀପ ମହାରଥୀ ସେ ସମ୍ପର୍କରେ ପିପିଲି ଓ ଡେଲ଼ ।ଙ୍ଗର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଜି ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ । ପିପିଲି ଓ ଡେଲାଙ୍ଗ ଉଭୟ ବ୍ଲକର ବିଡ଼ିଓ, ଥାନା ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ସମେତ କରୋନା ପାଇଁ ଲୋକମାନଙ୍କ ଧନ ଜୀବନ ସୁରକ୍ଷାରେ ଥିବା ସମସ୍ତ ଅଧିକାରୀଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରିଥିଲେ ।  ପ୍ରତି ପଞ୍ଚାୟତରେ ଓ ଏନଏସିରେ କରେନା ପାଇଁଁ ଆୟୁସଲେସନ ସେଣ୍ଟର ଗୁଡ଼ିକ କିଭଳି ଭାବରେ ଚାଲୁଛି ଏବଂ ସେଠାରେ ସଂକ୍ରିମତ ହୋଇଥିବା ରୋଗୀମାନଙ୍କୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ସିଡ଼ିଏମଓଙ୍କ ସହିତ ଆଲୋଚନା କରିବା ସହିତ ମଙ୍ଗଳପୁର ଏବଂ ପାଣିଦୋଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦ ଲକ୍ଷ ଟଙ୍କା ବିଧାୟକ ପାଣ୍ଠି ଯୋଗାଇ ଦିଆଯାଇଛି ତାହାକୁ କାର୍ଯ୍ୟକାରୀ କରାଯାଇ ଲୋକମାନଙ୍କ କାର୍ଯ୍ୟେ ର ଆସିବାପାରିବ ସେ ସମ୍ପର୍କରେ କହିବା ସହିତ ଯଦି ଆଉ ଅର୍ଥର ଆବଶ୍ୟକତା ପଡ଼େ ତେବେ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କ ବିଧାୟକ ପାଣ୍ଠରି ରୁ ଯୋଗାଇ ଦେବେ ବୋଲି କହିଥିଲେ । ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ଼ାକ୍ତରଙ୍କ ଆବଶ୍ୟକତା ଥିବାର ସେ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆସନ୍ତା ଦିନରେ  ନିର୍ବାଚନ ମଣ୍ଡଳୀକୁ ଅଚାନକ ଗ୍ରସ୍ତ କରିବେ । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ ସେ ଅଛନ୍ତି ଭୟ କରିବାର କିଛି ନାହିଁ ଆପଣମାନେ ସମସ୍ତେ ଘରେ ରହିଲେ ମୋ ନିର୍ବାଚନ ମଣ୍ଡଳୀ କରେନା ମୁକ୍ତ ନିର୍ବାଚନ ମଣ୍ଡଳୀ ଭାବରେ ପରିଗଣିତ ହୋଇପାରିବ । ତେବେ ଜରୁରୀ କାଳୀନ ସମଗ୍ରୀ ଆଣିବା ପାଇଁ ହେଲେ ଘରୁ ଜଣେ ଯାଆନ୍ତୁ ଏବଂ ଖୁବ୍ ଶୀଘ୍ର ଘରକୁ ଫେରିବା ସମୟରେ ଭଲ ଭାବରେ ସାବୁନୁରେ ହାତ ଧୋଇ ଘର ମଧ୍ୟକୁ ଯାଆନ୍ତୁ ବୋଲି ନିଜ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଆପଣଙ୍କ ସହିତ ଅଛନ୍ତି ତେଣୁ ଆପଣମାନେ ଭୟ କରନ୍ତୁ ନାହିଁ କିମ୍ବା ମିଛ କଥା ଶୁଣନ୍ତୁ ନାହୁଁ ବୋଲି କହିଥିଲେ ।
 ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts