ଅରଙ୍ଗାବାଦ ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ
ବରୀ--- କରୋନା ଭାଇରସ ପାଇ ସମଗ୍ର ଭାରତ ବର୍ଷ ୨୧ ଦିନିଆ ଲକ ଡାଉନରେ ରହିଥିଲାବେଳେ ଆଜି ସୁଦ୍ଧା ଲକ ଡାଉନ ୯ଦିନରେ ପହଞ୍ଚିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅରଙ୍ଗାବାଦ ପଞ୍ଚାୟତରେ ୯ ଦିନ ଲକ ଡାଉନ ଭିତରେ ଭୋକରେ ରହିଥିବା କେତେକ ପରିବାରକୁ ଦେଖିବାକୁ ମିଳିଛି । ଏହି ଅସହାୟ ,ଗରିବ ,ନିରାଶୟ ପରିବାରଙ୍କୁ ଗୁରୁବାର ଦିନ ପଞ୍ଚାୟତର ସରପଞ୍ଚ ଶ୍ରୀଧର ଧଳ, ସମିତି ସଭ୍ୟ ତଥା ଉପାଧକ୍ଷ ରମେଶ ଚନ୍ଦ୍ର ଭଂଜ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି । ଏଥିରେ ଚୂଡା,ଗୁଡ ବିସ୍କୁଟ, ମୁଡି, ଅଟା, ସାବୁନ ଓ କେତେକ ରାର୍ସନ ସାମଗ୍ରୀ ଦେଇଥିବା ଜଣାପଡିଛି । ଧଳ ଓ ଭଂଜଙ୍କର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଯାଜପୁର ବରୀରୁ ଧର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଧର୍ଶନ ବେହେରାଙ୍କ ରିପୋର୍ଟ