ଡେଲାଙ୍ଗରେ ବିଜୁ ଯୁବ ବାହିନୀ ପକ୍ଷରୁ ଗ୍ରାମ ବିଶୋଧନ
ଡେଲାଙ୍ଗ ----ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ଏହାକୁ ଲକ୍ଷ୍ୟ କରି ଯୁବ ଗୋଷ୍ଠୀ ଠାରୁ ବିଭିନ୍ନ ସ୍ୱୋଚ୍ଛାସେବୀ ମାନେ ସହଯୋଗର ହାତ ବଡାଇଛନ୍ତି । ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ଏହି ସମୟରେ ଗୋଟିଏ ଗ୍ରାମକୁ ମଧ୍ୟ ବିଂଚି ପାଉଡର ଦେଇ ପାରିଲେ ନାହିଁ ବା କୌଣସି ରାସ୍ତା ବିଶୋଧନ କରି ପାରିଲେ ନାହିଁ । ଲକ ଡାଉନ ହୋଇଥିଲେ ମଧ୍ୟ ଡେଲାଙ୍ଗ ବଜାର ଓ ଡେଲାଙ୍ଗ ହାଟ ବଜାରରେ ପରିବା ଦେକାନ, ଗ୍ରୋସରୀ, ମେଡିସିନି, ମାଛ, ମାଂସ ଦେକାନ ଗୁଡିକ ଖୋଲା ରହୁଥିବାରୁ ଲୋକ ମାନଙ୍କର ଗହଳି ଚହଳି ଲାଗି ରହିଛି । ବ୍ଳକ ପ୍ରଶାସନ ଗୋଟିଏ ଦିନ ମଧ୍ୟ ରାସ୍ତା ବା ପରିବା ହାଟ ସ୍ଥାନ ଗୁଡିକ ବିଶୋଧନ କରିଲା ନାହିଁ । ଏହାକୁ ଲକ୍ଷ୍ୟ କରି ଡେଲାଙ୍ଗ ବିଜୁ ଯୁବ ବାହିନୀ ପକ୍ଷରୁ ରେଞ୍ଚ ଗ୍ରାମର ପିଢ଼ପାଟଣା ଗ୍ରାମକୁ ବିଂଚି ପାଣି ପକାଇ ବିଶୋଧନ କରିବା ସହ , ସାବୁନରେ ହାତ ଧୋଇବା, କାମ ଧନ୍ଦା ନ ଥିଲେ ଘରୁ ନ ବାହାରିବା ଓ କରୋନା ରୋଗ ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ସଚେତନତା କରାଇଥିଲେ । ଏଥିରେ ପଞ୍ଚାୟତର ବିଜୁ ଯୁବ ବାହନ୍ୀର ସମ୍ପାଦକ ପବିତ୍ର କୁମାର ମଲ୍ଲିକଙ୍କ ସହିତ ଶ୍ରୀକାନ୍ତ ଜେନା, ପ୍ରତାପ ଦାସ, ରାକେଶ ବେହେରା, ପ୍ରକାଶ ପରିଡା ଶୁଭକାନ୍ତ ଜେନାଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ପଞ୍ଚାୟତର ସମସ୍ତ ୱାର୍ଡ ବିଶୋଧନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ମଲ୍ଲିକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି