Breaking News

ଯାଜପୁର-କେନ୍ଦ୍ରାପଡା ଜିଲ୍ଲାସୀମା ସିଲ ଭାଙ୍ଗି ଦେଲେ ଦୁବୃତ

ବରୀ-- ମହାମାରୀ କରୋନା ଭାଇରସ ଦେଶରେ କାୟା ବିସ୍ତାର କରି ଚାଲିଥିଲାବେଳେ ଏହାକୁ  ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବରୀ ତହସିଲ ପ୍ରଶାସନ ସୋମବାର ଅପରାହ୍ନରେ ଯାଜପୁର- କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତକୁ ସିଲ କରି ଦିଆଯାଇଥିଲା ।  ଏହି ସୀମା ସିଲକୁ  କେହି ଦୁବୃତ  ବୁଧବାର ବିଳମ୍ବିତ ରାତିରେ ଭାଙ୍ଗି ଦେଇଥିବା ଜଣାପଡିଛି । ଏହି ସିଲ ବାଉଁଶ ବାଡା ଦ୍ୱାରା ନିମାଣ କରାଯାଇଥିଲା । ବାହାର ଜିଲ୍ଲାରୁ  କେହି ଲୋକ ଏହି ଜିଲ୍ଲା ଭିତରକୁ ନ ଆସିବା ପାଇଁ ଏହି ବାଡା ଦିଆଯାଇଥିଲା । ଭାଙ୍ଗିଦେବା ଦ୍ୱାର ଯାତାୟତା ହେଉଥିବା ଅଭିଯୋଗ ହୋଇଛି । ଆଜି ଏହି ବାଡାକୁ ପୁର୍ନବାର  ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ମିଳିତ ଉଦ୍ୟମରେ କରାଯାଇଥିବା ସୂଚନା ମିଳିଛି ।

ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts