Breaking News

ରାୟଚକ୍ରଧରପୁରରେ ଅଶୋକାଷ୍ଟମୀ ଯାତ୍ରା ଫିକା ପଡିଲା

ସାକ୍ଷୀଗୋପାଳ ----  ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁର ଶାସନ ଗ୍ରାମରେ  କାହିଁ କେଉଁ କାଳରୁ ଅଶୋକାଷ୍ଠମୀ ଯାତ୍ରା ହୋଇ ଆସୁଛି । ମାତ୍ର ଏ ବର୍ଷ କରୋନା ଲକ ଡାଉନ ଯୋଗୁ ପୁରା ଫିକା ପଡିଯାଇଛି । ପ୍ରତି ବର୍ଷ ଏହି ଯାତ୍ରା ପାଇଁ ଗ୍ରାମଟି ଚଳ ଚଞ୍ଚଳ ହୋଇ ଉଠିଥିାଏ ।  ଗ୍ରାମ ଦାଣ୍ଡ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଳସି ଉଠିଥାଏ । ଏ ବର୍ଷ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ଯାତ୍ରା ନକରିବା ପାଇଁ ଗ୍ରାମ କୋଠର ମହାଜନୀ ମାନଙ୍କୁ ନିବେଦନ କରାଯାଇଥିଲା । କରୋନା ଯୋଗୁ ଲକ ଡାଉନ ନିୟମକୁ ମାନି କେବଳ ମାତ୍ର ଠାକୁରଙ୍କ ନୀତିକାନ୍ତି କରିବା ପାଇଁ କୁହାଯାଇଥିଲା । ଏହାକୁ ଗ୍ରାମ କୋଠ ମାନି କେବଳ ରଥକୁ ସୁ ସଜିତ କରି ଗ୍ରାମ ମଧ୍ୟ ଭାବରେ ରଖାଯାଇଥିଲା । ଉକ୍ତ ରଥରେ ବଁ ପାଳର ନୀଳକଣ୍ଠେଶ୍ୱର , ରାଇପୁର ଗ୍ରାମର ହରିଶଙ୍କର ଓ ଦୋଳ ଗୋବିନ୍ଦ ବିଜେ କରିଥିଲେ । ଗ୍ରାମାବାସୀଙ୍କ ପକ୍ଷରୁ ସାମାଜିକ ଦୁରତା ରକ୍ଷା କରି ଠାକୁରଙ୍କୁ ପାରମ୍ପାରିକ ଚୁଡାଘଷା, କଦଳୀ, ଖଇ, କେରା, ପଇଡ, ଫଳମୂଳ ଆଦି ଭୋଗ କରିଥିଲେ । ଦୁଇଜଣ ସେବାୟତ ସେଠାରେ ରହି ଠାକୁରଙ୍କ ନୀତି କାନ୍ତି କରିଥିଲେ । ଏ ବର୍ଷ ଠାକୁର ମଧ୍ୟ ଲକ ଡାଉନ ନିୟମ ପାଳନ କଲେ ବୋଲି ଗ୍ରାମରେ ଆଲେଚନା ହୋଇଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts