Breaking News

କରୋନା ଯୋଗୁ ସାକ୍ଷୀଗୋପାଳରେ ରାମନବମୀ ଫିକା ପଡିଲା

ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସଲଗ୍ନରେ ରହିଛି ରାମ ମନ୍ଦିର । ପ୍ରତି ବର୍ଷ ଚୈତମାସ ଶୁକ୍ଳ ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସ ପାଳନ କରାଯାଇଥାଏ । ଏ ବର୍ଷ ଗୁରୁବାର ରାମ ନବମୀ ପଡୁଥିବାରୁ ଯେଉଁମାନେ ବ୍ରତ ବା ଉପାସ କରିଥାନ୍ତି ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଇଥାଏ । ମାତ୍ର କରୋନା ଯୋଗୁ ରାମ ନବମୀ ପର୍ବ ଫିକା ପଡିଯାଇଛି । ସେ ପରି ଲୋକମାନଙ୍କର ଗହଳି ଚହଳି ନ ଥିଲା । ସକାଳୁ  ଦ୍ୱାରଫିଟା, ସ୍ନାନ, ଆଳତି, ଅବକାଶ, ବାଳଭୋଗ, ଖେଚୁଡି ଭୋଗ ସହିତ ନାମ ସଂକୀର୍ତ୍ତନ  କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ପୂଜକ ବଂଶୀଧର ପାଢୀ ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ  ରାମଚନ୍ଦ୍ର ନନ୍ଦ ଓ ନରହରି ମହାପାତ୍ର ଯଜ୍ଞ କାର୍ଯ୍ୟ ତୁଳାଇଥିଲେ । ସାକ୍ଷୀଗୋପାଳ ସେବାୟତ ସଂଘ ସହଯୋଗ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts