Breaking News

କରୋନାରେ ଏମାନଙ୍କୁ ସାହାର୍ଯ୍ୟ କରିବ କିଏ ସେ, ଏମାନଙ୍କର ପ୍ରମାଣପତ୍ର ଖଟିଲେ ଖାଇବେ

କୋଣାର୍କ---- କରୋନା ଭୂତାଣୁ କୋଭିଡ୍‌-୧୯ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ଫଳରେ ଅନେକ ଲୋକ ଜୀବିକା ହରାଇ ଭୋକରେ ଆଉଟପାଉଟ ହେଉଛନ୍ତି । ନା ଏମାନଙ୍କ ପାଖରେ ଅଛି ଖାଉଟି କାର୍ଡ, ନା ନିର୍ମାଣ ଶ୍ରମିକ ପ୍ରମାଣପତ୍ର ନା  ଜନଧନ ଯୋଜନାରେ ପାସ ବୁକ । ଏମାନଙ୍କ ପାଖରେ ଗୋଟିଏ ପ୍ରମାଣ ପତ୍ର ରହିଛି ଖଟିଲେ ଖାଇବୁ ।  ଦସ୍ତାବିଜି ଥିବା ଲୋକେ ଲକଡାଉନ ସମୟରେ ସରକାରୀ  ସହାୟତ ପାଉଥିବା ବେଳେ ଏମାନେ ଚାତକପରି ସରକାରୀ ସହାୟତକୁ ଅନାଇ ରହିଛନ୍ତି । ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ଦୈନଦିନ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଏବେ ହାତ ବାନ୍ଧି ବସିଛନ୍ତି । ଅତ୍ୟାବସକୀୟ ସାମଗ୍ରୀ ଦୋକାନ ବ୍ୟତିତ ପ୍ରଶାସନ ପକ୍ଷରୁ ଅନ୍ୟ ସବୁଦୋକାନକୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ବନ୍ଧ ରଖାଯାଇଛି । ବର୍ଷତମାମ ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସୁଥିବା ପ୍ରର୍ଯ୍ୟଟକଙ୍କ ଉପରେ ନିର୍ଭର କରି ପ୍ରାୟ ୫୦ହଜାର ପରିବାର ପ୍ରତକ୍ଷ ଓ ପରୋକ୍ଷରେ ପ୍ରତିପୋଷଣ ହୋଇ ଥାନ୍ତି । କରୋନା ପାଇଁ ସମଗ୍ର ଦେଶ ଲକଡାଉନ ଥିବାରୁ ଏଠାକୁ ପର୍ଯ୍ୟଟକ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଫଳରେ ଟୁରିଷ୍ଟି ଗାଇଡ, ଫଟୋଗ୍ରାଫର, ଫଟୋମାଳି ବ୍ୟବସାୟୀ, ହସ୍ତଶିଳ୍ପ ବ୍ୟବସାୟୀ, ପଇଡ ବ୍ୟବସାୟୀଙ୍କ ସମେତ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି । ଦୈନ ଦିନ ମଜୁରୀ ଓ ବ୍ୟବସାୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତିମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛିନ୍ତି । ପ୍ରଶାସନର କଟକଣା ପରେ ଆବଶ୍ୟକ ନ ଥିଲେ ଘରୁ ନ ବହାରିବା ପାଇଁ ଲୋକଙ୍କ ନିବେଦନ କରାଯାଇଛି ।  ଫଳରେ ଲୋକେ ଏବେ କୂପ ମଣ୍ଡୁକ ସାଜି ଘରେ ରହି ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts