ଅଗ୍ନିବିପନ୍ନ ପରିବାରଙ୍କୁ କ୍ଳବ ସତ୍ୟବାଦୀ ପକ୍ଷରୁ ସାହାର୍ଯ୍ୟ
ସାକ୍ଷୀଗୋପାଳ------ ସତବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡ ଘଟି ଯାଇଛି । ତିନୋଟି ପରିବାରର ଛଅ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଦୀନବଂଧୁ ସାହୁ, ନଗେନ କୁମାର ସାହୁ ଓ ଗନ୍ଦର୍ବ ସାହୁଙ୍କର ଘର ପୋଡି ଯାଇଥିଲା । ଏହି ଖବର ପାଇସାକ୍ଷୀଗୋପାଳଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ପୀତମ ବାଗ ଓ କ୍ଳବ ସତ୍ୟବାଦୀର ସଦସ୍ୟ ଆଲୋଖ ଖୁଣ୍ଠିଆ, ତେଫାନ ବେହେରା, ପୂର୍ଣ୍ଣାନନ୍ଦ ତ୍ରିପାଠୀ ଅଗ୍ନିବିପନ୍ନ ପରିବାରଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହ କିଛି ସାମଗ୍ରୀ ପ୍ରଦାନ କରିଥିଲେ । ଜଣେ ଡାକ୍ତର ହୋଇ ମଧ୍ୟ ଡ୍ୟୁଟି ସମୟରେ ରୋଗୀ ସେବା କରି ପୁଣି ସମାଜସେବା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି