ବୁଲା କୁକୁର ଓ ଗାଇଗୋରୁଙ୍କ ସାହାରା କ୍ଳବ ସତ୍ୟବାଦୀ
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲାର ସତ୍ୟବାଦୀ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବୁଲା କୁକୁର ଓ ଗାଇ ଗୋରୁ ମାନଙ୍କର ଲକ ଡାଉନ ସମୟରେ ସାହାରା ହୋଇଛନ୍ତି କ୍ଳବ ସତ୍ୟବାଦୀର ଯୁବ ଗୋଷ୍ଠୀ । କ୍ଳବ ସତ୍ୟବାଦୀର ସଦସ୍ୟ ମାନଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ସ୍ପିକ ଫର ଆନିମଲ ସ୍ୱୋଚ୍ଛାସେବୀ ଅନୁଷ୍ଠାନର ସହାୟତାରେ କ୍ଳବ ସତ୍ୟବାଦୀର ସହଯୋଗରେ ସାକ୍ଷୀଗୋପାଳ ବଜାରରେ ବୁଲା କୁକୁର ଓ ଗାଇ ଗୋରୁ ମାନଙ୍କୁ ଖାଇବାକୁ ଦିଆଯାଉଛି । ବଜାରରେ ଭୋକିଲା କୁକୁର, ଗାଇ ଗୋରୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ସାକ୍ଷୀଗୋପାଳ ବଜାର ଓ ମନ୍ଦିର ପାଖରେ ଥିବା ଗୋରୁ , ଷଣ୍ଢ, ବୁଲା କୁକୁର ମାନଙ୍କୁ ସଂଧ୍ୟା ସମୟରେ ଖାଦ୍ୟ ଓ ପାଣି ଦିଆଯାଇଛି । ଖାଦ୍ୟ ବଣ୍ଟନରେ ଆଲୋକ ଖୁଣ୍ଠିଆ, ବିକ୍ରମ ପାତ୍ର , ଅଭିଜିତି ସେନାପତି, ତେଫାନ ବେହେରା, ବିଦ୍ୟାଧର ସେନାପତି, ଲକ୍ଷ୍ମୀଧର ସାହୁ , ତ୍ରିନାଥ ବାରିକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ସେହିପରି କିଛି ବାଦନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡିକ ମଧ୍ୟ ସହଯୋଗର ହାତ ବଡାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି