Breaking News

ବିଜେପି ପକ୍ଷରୁ ଗ୍ରାମରେ ମାସ୍କ ଓ ସାବୁନ ବଣ୍ଟନ


 ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀର ବିଜେପି ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋବିନ୍ଦପୁର ଓ ବ୍ରହ୍ମପୁର ହରିଜନ ସାହିରେ ଲୋକମାନଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଧୁବନ ଗ୍ରାମ ପଞ୍ଚାୟତର ବିଜେପି କର୍ମୀ ବିପନ ବିହାରୀ ମହାନ୍ତି, ହରିହର ସ୍ୱାଇଁ, ପ୍ରଭାକର ସାହୁ, କୁମାର ସାହୁ, ଅର୍ଜୁନ ବେହେରା ସୂଦର୍ଶନ ବେହେରା, ଅଜୟ କୁମାର ବରାଳ ଓ ବାପି କୁମାର ସ୍ୱାଇଁ ମାକ୍ସ ବଣ୍ଟନ କରିବା ସହ ଲୋକମାନଙ୍କୁ କରୋନା ଭୂତାଣୁ ଠାରୁ କିପରି ଦୂରେଇ ରହି ପାରିବ ସେ ଦିଗରେ ସଚେତନତା କରାଇଥିଲେ ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts