Breaking News

ଦୋକାନ ଆଗରେ ଝୁଲୁନି ଦର ତାଲିକା ,କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ

ବେଗୁନିଆ –ଲକଡାଉନ ସମୟରେ ବେଗୁନିଆ ବ୍ଲକର ୨୧ ଗୋଟି ପଞ୍ଚାୟତରେ କେତେକ ଅସାଧୁ ବ୍ୟବସାୟୀ ଓ ଗୋଦାମ ମାଲିକ ଅତ୍ୟାବଶ୍ୟକ ଗ୍ରୋସରୀ ସାମଗ୍ରୀକୁ କଳାବଜାର କରି ଚଢା ଦରରେ ବିକ୍ରୀ କରୁଥିବାର ଜଣାପଡିଛି । ଏଥପ୍ରତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଯୋଗାଣ ବିଭାଗ ପକ୍ଷରୁ ଆଜି ପର‌୍ୟ୍ୟନ୍ତ କୌଣସି ଠାରେ ଚଢ଼ାଉ କରିଥିବାର ଦେଖିବାକୁ ମିଳିନାହିଁ ।ଏହି ଚଢ଼ାଉ ନକରିବା ପଛରେ କି କାରଣ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଡ଼ିଓ ନିଜେ ବ୍ଲକରୁ ନ ବାହାରିବା ସହ ଚଢ଼ାଉ କରିବାକୁ ଯୋଗାଣ ନିରୀକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉନାହାନ୍ତି । ଫଳରେ ବିଡ଼ିଓଙ୍କ ବେଖାତିର ମନୋଭାବ ଯୋଗୁଁ ବ୍ୟବସାୟୀ ମାନେ ନିଜ ମନ ଇଚ୍ଛା ଦର ବୃଦ୍ଧି କରି ନିରୀହ ଲୋକମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ତୁରନ୍ତ ଶୋଷଣଙ୍କାରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts