ସ୍ୱର୍ଣ୍ଣ କଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ରାମନବମୀ ଯାତ୍ରା ଆରମ୍ଭ
ଓଡ଼ଗାଁ ---- ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ମନ୍ଦିରରେ ବିଜେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ରାମନବମୀ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଭୁ ଭକ୍ତ ମାନଙ୍କୁ ଜନ୍ମ ନାରାୟଣ ବେଶରେ ଦର୍ଶନ ଦେଇଛନ୍ତି । କରୋନା ଭୟବହତା ଯୋଗୁଁ ସ୍ଥାନୀୟ ପ୍ରଶାସନ ତରଫରୁ ମନ୍ଦିର ଭିତରେ ଦର୍ଶନ ପାଇଁ ବାରଣ ଥିବାରୁ ମନ୍ଦିର ଭିତରକୁ କେହି ଭକ୍ତ ଦର୍ଶନ କରିବା ପାଇଁ ଯାଇପାରିନଥିଲେ । କେବଳ ମନ୍ଦିର ନୀତିନିୟମ ଅନୁସାରେ ପାଳିଆ ପଣ୍ଡା ପ୍ରଦ୍ୟୁମ୍ନ କୁମାର ଦାସ, ପୁରଧା ହରିବନ୍ଧୁ ଷଡଙ୍ଗୀ,ସତ୍ୟାନନ୍ଦ ଷଡ଼ଙ୍ଗୀ, ସହସଂପାଦକ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମନାରାୟଣ ବେଶ ଆୟୋଜନ କରିଥିଲେ।ମନ୍ଦିରର ନୀତି ନିର୍ଘଣ୍ଟ ଭୋର୍ ସମୟ ୦୫.୦୦ରେ ଅବକାଶ,୦୭.୦୦ରେ ବଲ୍ଲଭ,୦୮.୩୦ରେ ଅନ୍ନଧୂପ,୦୯ରେ ରାମଜନ୍ମ ନୀତି ପାଳନ ହୋଇଯାଇଛି।ପ୍ରଶାସନର ନିର୍ଦେଶ ଅନୁସାରେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷାକରି ମନ୍ଦିର ବାହାରେ ପୂର୍ବ ଦ୍ୱାରରେ ଠାକୁରଙ୍କୁ ଦର୍ଶନ କରିଛନ୍ତି। ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ଼