ତହସିଲ କାର୍ଯ୍ୟାଳୟ ପରିସରରେ ବଉଳ ବୃକ୍ଷ ରୋପଣ
ସାକ୍ଷୀଗେ।।ପଳ ----- ପରମ୍ପରା ଅନୁଯାୟୀ ସତ୍ୟବାଦୀ ବ୍ଳକର ବକୁଳବନରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବଉଳକାଠ ଯାଇଥାଏ । ଏବେ ବଉଳ ଗଛ ଅଭାବ ଦେଖା ଦେଇଛି । ଯାହାକି ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ସତ୍ୟବାଦୀ ଅଞ୍ଚଳର ଜଗନ୍ନାଥ ପ୍ରେମୀ ମାନେ ପ୍ରତି ବର୍ଷ ବିଭିନ୍ନ ଯାଗାରେ ବଉଳ ବୃକ୍ଷ ରୋପଣ କରୁଛନ୍ତି । ଏହି ଅବସରରେ ସତ୍ୟବାଦୀ ନୂତନ ତହସିଲ କାର୍ଯ୍ୟାଳୟ ପରିସରରେ ବଉଳ ଚାରା ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତହସିଲଦାର କସ୍ତୁରୀ ପ୍ରଧାନ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମଧୁଭାଇ, ସତ୍ୟବାଦୀ ଦାଶ, ଆଲୋକ ଖୁଣ୍ଠିଆ ପ୍ରମୁଖ ୧୫ଟି ବଉଳ ବୃକ୍ଷ ସହିତ ୧ଟି ନିମ୍ବ ଗଛର ଚାରା ରୋପଣ କରାଯାଇଛି । ସତ୍ୟବାଦୀର ପରିବେଷ ସୁରକ୍ଷା ମଞ୍ଚର ସମ୍ପାଦକ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି