ବିଷ ଖାଇ ଯୁବତୀଙ୍କର ଆତ୍ମହତ୍ୟା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମର ବନିତା ଭୋଇ ( ୨୦) ଶୁକ୍ରବାର ସକାଳେ କୌଣସି କାରଣକୁ ନେଇ ବିଷ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସକାଳେ ଘରେ ସମସ୍ତେ କାମରେ ବ୍ୟସ୍ତ ରହିଥିବା ବେଳେ ଏହାର ସୁଯୋଗ ନେଇ ବନିତା ଭୋଇ ବିଷ ଖାଇ ଦେଇଥିଲା । କିଛି ସମୟ ପରେ ଏହା ଜଣାପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସତ୍ୟବାଦୀ ଥାନା ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଥାନା ସେକେଣ୍ଡ ଅଫିସର ରବିନ୍ଦ୍ର କୁମାର ନନ୍ଦଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି