Breaking News

ଜଟଣୀ କେନ୍ଦ୍ରୀୟ ଆଇଓସିଏଲ ଡିପୋ ସମ୍ମୁଖରେ ମୃତ ଦେହ ରଖି ପରିବାର ଲୋକଙ୍କ ଧାରଣା



ଜଟଣୀ---- କେନ୍ଦ୍ରୀୟ ସଂସ୍ଥା ଗୁଡିକର ଶ୍ରମିକ ମାରଣା ନୀତିକୁ ନେଇ ସାରା ଦେଶରେ ଅଙ୍ଗୁଳି ଉଠୁଛି। ଏହି ପ୍ରରିପ୍ରେକ୍ଷୀରେ ଜଟଣୀ କୁସମାଟି ନିକଟ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼(ଆଇ ଓ ସି ଏଲ) ପକ୍ଷରୁ ହୋଇଥିବା ଅବହେଳା ଯୋଗୁଁ ଜଣେ ଶ୍ରମିକର ପରିବାର ଲୋକେ ଶବ ରଖି ଡିପୋ ସମ୍ମୁଖରେ କ୍ଷତି ପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଆଇଓସିଏଲ ଡିପୋରେ ଜଟଣୀ ଥାନା ଅନ୍ତର୍ଗତ ରଥୀପୁର ଗ୍ରାମର ନବ ଜେନା ଦୀର୍ଘ ବର୍ଷ ଧରି କାମ କରି ଆସୁଥିଲେ। ଗତ ଜାନୁୟାରୀ ମାସରେ ଡିପୋ କତ୍ତୃପକ୍ଷ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭିକୁ ଗଛ ଆଢୁଆଳ କରୁଥିବାରୁ ଏହି ଗଛର ଡାଳ କାଟିବା ପାଇଁ ନବଙ୍କୁ କହିଥିଲେ କତୃପକ୍ଷ। ନବଙ୍କ ଅନିଚ୍ଛା ସତ୍ତ୍ୱେ ନବ ଗଛରେ ଚଢି ଡାଳ କାଟିବା ସମୟରେ ତଳକୁ ଖସି ପଡ଼ିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗି ନବ ସେହିଠାରେ ହିଁ ଗୁରୁତର ହୋଇଯାଇଥିଲେ।ଏହା ଦେଖି ଡିପୋର ଅନ୍ୟ କର୍ମଚାରୀମାନେ ନବଙ୍କୁ ସ୍ଥାନୀୟ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କହିଥିଲେ। ହେଲେ ଏହି ବିପଦଜନକ ସ୍ଥିତିରେ ଆଇଓସିଏଲ କତ୍ତୃପକ୍ଷ ସେଠାରେ ଉପସ୍ଥିତ ରହିବା ପରିବର୍ତ୍ତେ ସମସ୍ତେ ଛାଡି ପଳାଇଥିଲେ। ଏଣୁ ନବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଶୀଘ୍ର ଚିକିତ୍ସା ପାଇଁ କହିଥିଲେ। ବାଧ୍ୟ ହୋଇ ପରିବାର ଲୋକେ ଏମ୍ସ ହସ୍ପିଟାଲ କୁ ନେଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ସିନା ହୋଇଗଲା, ହେଲେ ନବଙ୍କର ଆଇଓସିଏଲ ପକ୍ଷରୁ କୌଣସି ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ କାର୍ଡ ନଥିଲା। ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ପଡିଲା । ପରିବାର ଲୋକେ ଜମିବାଡ଼ି କିଣାବିକା କରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ। ଆଉ ଅର୍ଥ ଯୋଗାଡ଼ ହୋଇପାରିଲା ନାହିଁ। ଶେଷରେ ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡ ମାଧ୍ୟମରେ ଚିକିତ୍ସା କରାଯାଇଥିଲା। ଭାଗ୍ୟର ବିଡ଼ମ୍ବନା ଗତ କାଲି ନବଙ୍କ ଦେହାନ୍ତ ହୋଇଯାଇଥିଲା। ଏହି ହୃଦୟ ବିଦାରକ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ ।  ଅନ୍ୟପଟେ ଏପରି ଗମ୍ଭୀର ସ୍ଥିତିରେ କୌଣସି ଉପାୟ ନପାଇ ଆଇଓସିଏଲ କତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ।ହେଲେ କିଛି ଫଳପ୍ରଦ ହେଲାନାହିଁ।ଶେଷରେ ପରିବାର ଲୋକେ ମୃତଦେହ ଧରି ଡିପୋ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଦାବି ପୂରଣ ପାଇଁ ଜଣଙ୍କୁ ଚାକିରୀ ଓ ନିୟମ ଅନୁଯାୟୀ ଅନାନ୍ୟ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୪---୭,୫୫ Sakhigopal News,3/5/2024

Blog Archive

Popular Posts