Breaking News

ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର


ଜଟଣୀ : ସ୍ଥାନୀୟ ପାନୀୟଜଳ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଥିବା  ପାଣି ଟାଙ୍କିର ପଛପଟ ଦିଗରେ ବୁଦୁବୁଦିଆ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଶବକୁ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇଛି l ଶବ ଶରୀରରେ ଚେକ୍ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି ବାଘମାରୀ ଥାନା ଅନ୍ତର୍ଗତ ପରିଛଳ ଗ୍ରାମର ବସନ୍ତ କୁମାର ସେଠୀ (୬୧) । ଯିଏକି ଏହି ବିଭାଗରେ ପୂର୍ବରୁ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ବୋଲି ଶବ ଚିହ୍ନଟ ସମୟରେ ମୃତକଙ୍କ ପୁଅ ପ୍ରଶାନ୍ତ ସେଠୀ ପ୍ରକାଶ କରିଛନ୍ତି l ସେ ଦୁଇଦିନ ତଳେ ବାଲିଛକ ସାହି ଅଞ୍ଚଳରେ ଭଡାଘରେ ରହୁଥିବା ପୁଅ ପାଖକୁ ଆସିଥିଲେ l ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି l ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କାରଣ ଏକ ପ୍ରକାର ସ୍ପଷ୍ଠ ହେବ ବୋଲି ପୁଲିସ କହିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୫/୨୦୨୪---୭,୪୫ Sakhigopal News,3/5/2024

Popular Posts