Breaking News

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ ନ କରାଇଦେବା ପାଇଁ ଚକ୍ରାନ୍ତ

 


 ସାକ୍ଷୀଗୋପାଳ,--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଆଜି ଦୁଇଜଣ ପ୍ରାର୍ଥୀ ସେମାନଙ୍କର ସମର୍ଥକ ମାନଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଣେ ବିଜେପି ଦଳ ପକ୍ଷରୁ ଓମ ପ୍ରକାଶ ମିଶ୍ର । ଅନ୍ୟ ଜଣେ ସେହି ବିଜେପି ଦଳର ଟିକେଟ ନ ପାଇବାରୁ ସେ ଅସନ୍ତୋଷ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ କାମାକ୍ଷା ପ୍ରଧାନ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଦୁଇଜଣ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି କଣାସରୁ ବାହାରି ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରି ରୋଡ ଶୋ କରି ପୁରୀ ଅଭିମୁଖେ ବାହାରିଥିଲେ । ବିଜେପିର ହଜାର ହଜାର ମଟର ସାଇକେଲ ସହିତ ଡିଜେ ସାଙ୍ଗକୁ ସାଉଣ୍ଡ ଗାଡତ୍ସହିତ କର୍ମୀ ମାନେ ସାକ୍ଷୀଗୋପାଳ ବଜାର ପରିକ୍ରମା କରିବା ସମୟରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା । ଏପରିକି ରାସ୍ତା ଉପରେ ଗାଡି ଗୁଡିକ ଅଟକି ରହିଥିଲା । ପୋଲିସ ସବୁ ଦେଖି ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲେ । ବିଜେପିର ଶୋଭାଯାତ୍ରା ଗଲା ପରେ  ସାକ୍ଷୀଗୋପାଳ ମନ୍ଦିରକୁ ସ୍ୱାଧୀନ ପ୍ରାର୍ଥୀ କାମାକ୍ଷା ପ୍ରଧାନ ଆସିବେ ବୋଲି ସାକ୍ଷୀଗୋପାଳ- ଅଳଗୁମ ରାସ୍ତାରେ ଅଟକି ରହିଥିଲେ । ଶେଷରେ ସମୟ ଅତିବାହିତ ହେବା ଦେଖି ସ୍ୱାଧୀନ ପ୍ରାର୍ଥୀ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ବହାରିଥିଲେ । ଶେଷରେ ସେଠାରେ ଅପେକ୍ଷାରତ ପୋଲିସ ଅଧିକାରୀ ସମୟ ନଥିବାରୁ ତୁରନ୍ତ ତାଙ୍କ ଗାଡି ପଛେ ପଛେ ଆସିବା ପାଇଁ କାମାକ୍ଷା ପ୍ରଧାନଙ୍କୁ କହିଥିଲେ । ପୋଲିସ ଅଧିକାରୀଙ୍କ କଥାକୁ ମାନି କାମାକ୍ଷା ପ୍ରଧାନ ପୋଲିସ ସହଯୋଗରେ ପୁରୀ ଯାଇଥିଲେ । ଏହି ଘଟଣାକୁ ପୟାସ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ନା ପସନ୍ଦ କରିବା ସହ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ଗଣତନ୍ତ୍ର ରାଜ୍ୟରେ ଠିଆ ହେବାର ଅଧିକାର ଛଡେଇ ନେବାକୁ କରାଯାଇଥିବା ଉଦ୍ଦ୍ୟମ ଏବେ ବାହାରେ ପଡିଛି ବୋଲି ସଦସ୍ୟ ଲକ୍ଷ୍ମଣ ବେହେରା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୪---୭,୨୫    Sakhigopal News, 3/5/2024

Blog Archive

Popular Posts