Breaking News

ପଦ୍ମ ଦଳ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି ର ସମିତି ସଭ୍ୟା ଓ ୱାର୍ଡ ମେମ୍ବର

 କନ୍ଧମାଳ --- ପଦ୍ମ ଦଳ  ଛାଡି ଶଙ୍ଖ ଫୁଙ୍କିଲେ ବିଜେପି ର ସମିତି ସଭ୍ୟା ପ୍ରାଥୀନି ଓ ୱାର୍ଡ ସଦସ୍ୟ l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ତୁମୁଡିବନ୍ଧ ପଞ୍ଚାୟତର ସମିତି ସଭ୍ୟା ପ୍ରାଥୀନି ଚନ୍ଦନା ବେହର ଦଳାଇ, ବେନାରଵାଲ ୱାର୍ଡ ର ୱାର୍ଡ ମେମ୍ବର କୁନି ବେହର ଦଳାଇ ଙ୍କ ସମେତ 25 ଜଣ ବିଜେପି ପରିବାରର ସଦସ୍ୟମାନେ ବିଜେଡି ରେ ସାମିଲ ହୋଇଛନ୍ତି l ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ଉପସ୍ଥିତି ରେ ବିଜେପି ଛାଡି ବିଜେଡି ରେ ସାମିଲ ହୋଇଛନ୍ତି ଏହି ୨୫ଟି ପରିବାର l ବିଜେପି ଛାଡି ବିଜେଡି ରେ ସାମିଲ ହେବା ପରେ ବିଜେଡି ପକ୍ଷରୁ ସମସ୍ତ ଙ୍କୁ ସ୍ୱାଗତ କରାଯାଇଛି l ପଚିଶ ବିଜେପି ପରିବାର ବିଜେଡି ରେ ମିଶିବା ପରେ ତୁମୁଡିବନ୍ଧ ବ୍ଲକ ରେ ବିଜେଡି ର ସଙ୍ଘଠନ ଅଧିକ ମଜବୁତ ହେବ କହିଛନ୍ତି ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୪/୫/୨୦୨୪----୫,୧୦ Sakhigopal News,4/5/2024

Popular Posts