Breaking News

ନାମାଙ୍କନାମାଙ୍କନ ପତ୍ର ଦାଖଲ କଲେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପାର୍ଥି ସାଲୁଗା ପ୍ରଧାନ

କନ୍ଧମାଳ --- ନାମାଙ୍କନାମାଙ୍କନ ପତ୍ର ଦାଖଲ କଲେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପାର୍ଥି ସାଲୁଗା ପ୍ରଧାନ  । କନ୍ଧମାଳ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ  ଙ୍କ ଉପସ୍ଥିତ ରେ ବାଲିଗୁଡା ଆଟିଡିଏ  କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀ  ପ୍ରଧାନ l ଏହି ଅବସରରେ ବାଲିଗୁଡା ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରିଥିଲେ ବିଜେଡି କର୍ମୀମାନେ l ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର ଚାରି ଗୋଟି ବ୍ଲକ ର ୧୫ହଜାରରୁ  ଉର୍ଦ୍ଧ ବିଜୁ ପ୍ରେମୀ, କର୍ମୀ ଓ ଶୁଭେଛୁ ଙ୍କ ସହ ବିରାଟ ଶୋଭାଯାତ୍ରା ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାଥୀ ସାଲୁଗା ପ୍ରଧାନ l ନାମାଙ୍କନ ପତ୍ର ଦାଖଲ ଅବସରରେ ବିଜେଡି ପକ୍ଷରୁ ଜନ ସମୁଦ୍ର ରେ ପରିଣତ ହୋଇଥିଲା ବାଲିଗୁଡା ସହର l ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର  ହୋଇଥିବା ବିକାଶ ଓ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ର ପ୍ରତିଟି ଜନସାଧାରଣ ଙ୍କ ସମର୍ଥନ ରହିଛି କହିଛନ୍ତି ସାଲୁଗା ପ୍ରଧାନ l ତେଣୁ 2024 ନିର୍ବାଚନ ରେ ଜନସାଧାରଣ ଙ୍କ ବିପୁଳ ସମର୍ଥନ ରେ ପୁଣି ଥରେ ବାଜିମାତ କରିବେ ବୋଲି ଦୃଢ଼ତି ପ୍ରକାଶ କରିଛନ୍ତି  ପ୍ରାଥୀ ସାଲୁଗା ପ୍ରଧାନ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୨/୫/୨୦୨୪---୯,୧୦ Sakhigopal News,2/5/2024

Popular Posts