ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ବାଲିଗୁଡ଼ା: ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ ହୋଇଯାଇଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକଙ୍କ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମରେ । ମୃତକ ମହାସିଙ୍ଗି ଗ୍ରାମର ଯୁବକ ଲକ୍ଷ୍ମୀକାନ୍ତ କହଁର ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସମୟରେ ଲକ୍ଷ୍ମୀକାନ୍ତ ବାଲିଗୁଡ଼ାରୁ ନିଜ ଗାଁ ମହାସିଙ୍ଗିକୁ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଖଡ୍ଗ ନଦୀ ନିକଟରେ ଏକ ଅଜଣା ଗାଡ଼ି ଲକ୍ଷ୍ମୀକାନ୍ତଙ୍କ ମଟର ସାଇକେଲକୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଲକ୍ଷ୍ମୀକାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୯/୨୦୨୩----୮,୪୫ Sakhigopal News,6/9/2023