ରାଇପଡା ରେ ଅଗ୍ନିକାଣ୍ଡ , ୪ ଟି ପରିବାର ର ୮ ବଖରା ଘର ଜଳିଗଲା
ଭଞ୍ଜନଗର ----- ଅଗ୍ନିକାଣ୍ଡ ରେ ଜଳିଗଲା , ୪ ଟି ପରିବାରର ୮ ବଖରା ଘର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ରାଇପଡା ଗାଁ ରେ ଘଟିଛି ଏଭଳି ଘଟଣା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ ।ଖବରପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଗାଡ଼ି ଅଚଳ ହୋଇପଡିବାରୁ ବେଲଗୁଣ୍ଠା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । କ୍ଷୟକ୍ଷତିର ଆକଳନ ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ଘରକରଣା ଉପକରଣ , ଆସବାବପତ୍ର ଏବଂ ମୂଲ୍ୟବାନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଏଥିରେ ଭଗବାନ ନାଇକ , ମନୋରଞ୍ଜନ ନାଇକ , ଶଙ୍କର ନାଇକ ଏବଂ ରାମ ନାଇକ ଙ୍କ ଦୁଇ ବଖରା ଲେଖାଏଁ , ମୋଟ ୮ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସମସ୍ତ କ୍ଷତିଗ୍ରସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୩----୫,୩୫ Sakhigopal News,1/10/2023