ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଖୋ- ଖୋ, ଯୋଗ ଓ ଚେସ ପ୍ରତିଯୋଗିତା ଅନୁଷ୍ଠିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଖୋ- ଖୋ, ଯୋଗ ଓ ଚେସ ପ୍ରତିଯୋଗିତା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ୨୫ଗୋଟି ହାଇସ୍କୁଲର ୩୫୦ ଜଣ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଖୋ- ଖୋ ବିଭାଗରେ ୧୪ ବର୍ଷରୁ କମ ପୁଅ ଓ ଝିଅ ଦୁଇଟି ଟିମ ସେହିପରି ୧୭ ବର୍ଷରୁ କମ ବିଭାଗରେ ୨ଟି ଟିମ ଜିଲ୍ଲା ସ୍ତରକୁ ଯିବ । ଚେସ ପ୍ରତିଯୋଗିତାରେ ସଫଳତା ଲାଭ କରିଥବା ୧୪ ବର୍ଷରୁ କମ ୨ଜଣ ପୁଅ ଓ ୨ ଝିଅ ଯିବେ । ଯୋଗ ବିଭାଗରେ ସେହିପରି ୧୪ ବର୍ଶରୁ କମ ଓ ୧୭ ବର୍ଷରୁ କମ ୪ଜଣ ପୁଅ ଓଝିଅ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ କରାଯିବ ବୋଲି ସତ୍ୟବାଦୀ ବ୍ଳକର ସ୍ପୋଟସର ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସନ୍ଦୀପ ତ୍ରିପାଠୀ, ପୁଷ୍ପାଜ୍ଞଳି ଜେନା, ମୌସୁମି ଦାଶ, ଦାମଦର ମିଶ୍ର, ଉମାକାନ୍ତ ନାୟକଙ୍କ ସହିତ ଅନ୍ୟ ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୩----୭,୧୦ Sakhigopal News , 22/9/2023