Breaking News

ଭଂଜନଗର ବ୍ଳକ୍ ସ୍ତରୀୟ ଲୋକକଳା ପ୍ରଶିକ୍ଷଣ ଶିବିର



ଭଞ୍ଜନଗର -  ଭଞ୍ଜନଗର ଠାରେ ବ୍ଳକ୍ ସ୍ତରୀୟ ଲୋକକଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତଥା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା – ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ  , ଲୋକକଳା ର ପ୍ରୟୋଗ ସଂକ୍ରାନ୍ତରେ ଉପସ୍ଥିତ କଳାକାରଙ୍କୁ ଅବଗତ କରାଯାଇଥିଲା । ଦୁଇ ଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ଲୋକନୃତ୍ୟ ଓ ସଂଗୀତ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ  ୧୦ ଟି ଜନହିତକର ଯୋଜନାକୁ ଗ୍ରାମାଞ୍ଚଳ ଲୋକଙ୍କ ଭିତରେ କିଭଳି ଅବଗତ କରାଯିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା ।  ଏଥିରେ ଭଞ୍ଜନଗର ବ୍ଳକର ୮୮ ଟି ଲୋକନୃତ୍ୟ ଦଳର ପ୍ରାୟ ୧୨ ଶହରୁ ଉର୍ଦ୍ଧ୍ବ କଳାକାର ସାମିଲ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଭଂଜନଗର ବିଡ଼ିଓ ଶଶିଭୂଷଣ ମହାପାତ୍ର , ବ୍ଳକ୍ ଅଧ୍ୟକ୍ଷ ନରିସଭା ନାୟକ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ , କଳାକାର ନାରାୟଣ ମହାରଣା ,  ସିଡିପିଓ , ସଂସ୍କୃତି ଅଧିକାରୀ ଏବଂ  ବହୁ ସଂଖ୍ୟକ କଳାକାର ସାମିଲ ହୋଇଥିଲେ । ପ୍ରଶିକ୍ଷକ ଜଗଦୀଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୯/୨୦୨୩----୮,୪୫ Sakhigopal News,26/9/2023

Blog Archive

Popular Posts