>>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • ୨୮ କେଜି ଗଞ୍ଜେଇ ଜବତ :୨ ଯୁବକ ଗିରଫ



    ଭଞ୍ଜନଗର - ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଦୁର୍ଗାପ୍ରସାଦ ଓ ଖାରିଗୁଡା ରାସ୍ତା ରେ ଅତର୍କିତ ତଦନ୍ତ କରାଯାଇ ୨ ଜଣ ଯୁବକଙ୍କ ଠାରୁ ପୃଥକ୍ ଭାବେ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି । ଏବଂ ୨ ଟି ପୃଥକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ପ୍ରକାରେ କେଉଁଝର ଅଞ୍ଚଳର ଅଜୟ କୁମାର ମହାରଣା ନାମକ ଜଣେ ୨୮ ବର୍ଷୀୟ ଯୁବକ କନ୍ଧମାଳ ଜିଲ୍ଲା ଫୁଲବାଣୀ ଇଲାକାରୁ ଏକ ବସ୍ତାରେ ୧୫ କିଲୋ ଗଞ୍ଜେଇ ଧରି ବସ୍ ଯୋଗେ ଭଞ୍ଜନଗର ଆଡ଼କୁ ଆସି ଧରାପଡିବା ଭୟରେ ଦୁର୍ଗାପ୍ରସାଦ ଠାରେ ବସ୍ ରୁ ଓଲ୍ଲାଇ ଆଉ ଏକ ବସକୁ ଅପେକ୍ଷା କରିଥିବା ବେଳେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ କରି ଅବକାରୀ ଷ୍ଟାଫ୍ ତୁରନ୍ତ ସେଠାରେ ଚଢଉ କରିଥିଲେ। ଫଳରେ ଗଞ୍ଜେଇ ସହ ଯୁବକ ଜଣକ ଧରା ପଡ଼ିଥିଲେ।
       ସେହିପରି ଅନ୍ୟ ଏକ ବସ୍ ରେ ଉତ୍ତର ପ୍ରଦେଶର ବରେଲି ଇଲାକାର ଓ୍ବାରିସ୍ ଖାନ୍ (୨୮) ୧୩ କିଲୋ ଗଞ୍ଜେଇ ସହ ଖାରିଗୁଡା ନିକଟରେ ବସ୍ ରୁ ଓଲ୍ଲାଇ ଅନ୍ୟ ଏକ ବସ୍ କୁ ଅପେକ୍ଷା କରିଥିବା ।  ସେଠାରେ ମଧ୍ୟ ଅବକାରୀ ଥାନା କର୍ମଚାରୀମାନେ ଚଢ଼ାଉ କରି ସଂପୃକ୍ତ ଯୁବକକୁ ଧରି ନେଇଥିଲେ। ଏସଂପର୍କରେ ୨ ଟି ଏନଡିପିଏସ୍ କେଶ୍ ରୁଜୁ କରାଯାଇ ୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଅଂଶୁମାନ ଜେନା ସୂଚନା ଦେଇଛନ୍ତି।ଚଢାଉରେ ଏସଆାଇ ଅଲ୍ଲିଭା ମାଝି ଏଏସଆଇ ନିରଞ୍ଜନ ବେହେରା ସିପାହୀ କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର ସନାତନ ନାହାକ, ଭବନୀ ବେହେରା,ସୁବଳ ପ୍ରଧାନ  ସମେତ କର୍ମଚାରୀ ଭାଗ ନେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୯/୨୦୨୩-----୯,୫୫ sakhi

    Blog Archive

    Popular Posts