ଜଟଣୀରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ
ଜଟଣୀ----:ଇସଲାମ ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜଟଣୀ ସୁନ୍ନି ସମ୍ପ୍ରଦାୟର ଙ୍କ ପକ୍ଷରୁ ଏକ ଜୁଲୁସ ଶୋଭାଯାତ୍ର ସହର ପରିକ୍ରମା କରିଥିଲା। ଜଟଣୀ ସହରର ପ୍ରମୁଖ ସୁନ୍ନି ମସଜିଦ ରେତଙ୍ଗ କଲୋନୀ ମସଜିଦ ପକ୍ଷରୁ ଶୋଭାଯାତ୍ରା ମସଜିଦ ହବିବି ଠାରୁ ବାହାରି ହରିଭାଇନା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରୁ ସହର ପରିକ୍ରମା କରି ପୁଣି ରେତଙ୍ଗ କଲୋନୀ ସ୍ଥିତ ମସଜିଦ ହବିବି ଠାରେ ପହଞ୍ଚିଥିଲା। ଏହି କ୍ରମରେ କୁଦିଆରୀ ମିଲତ କ୍ଲବ, ରାଜା ବଜାର, ବାଛରାପାଟଣା,ଇମାମବାଡ଼ା ପ୍ରଭୃତି ର ଜୁଲୁସ ସହର ପରିକ୍ରମା କରିଥିଲା। ମ୍ୟୁନିସିପାଲିଟି ଛକ ଠାରେ ବିଜେଡି ଜିଲା ଉପସଭାପତି ବିଜୟ କୁମାର ଛୋଟରାୟ, ଦିବାକର ମଙ୍ଗରାଜ, ମହମ୍ମଦ ଅଜିଜୁଲା ସରିଫ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ସେହିପରି ଦୁର୍ଗା ମାର୍କେଟ ନିକଟରେ ଜଟଣୀ ପୌରପରିଷଦ ର ପୂର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ ଜଳପାନ ପ୍ରଦାନ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶୋଭାଯାତ୍ରାରେ ଯାଉଥିବା ମୁସଲମାନ ଭାଇମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ସର୍ବତ, ଜଳଖିଆ ଓ ମୃଦ୍ୟୁ ପାନୀୟ ଜଳ ପ୍ରଦାନ କରାଯାଇଥିଲା। ସେହିପରି ଜଟଣୀ ହବିବି ଠାରେ ସମସ୍ତଙ୍କ ଲାଗି ଲଂଗରର(ପ୍ରସାଦ ସେବନ) ବ୍ୟବସ୍ଥା କରାଯାଇଥିଲା ବେଳେ ରାତିରେ ମୌଲବୀ ମାନଙ୍କ ଦ୍ୱାରା ତକରିର(ପ୍ରବଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୯/୨୦୨୩----୮,୨୦ Sakhigopal News,28/9/2023