ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଶ୍ରୀଅରବିନ୍ଦ ଶକ୍ତିପୀଠ
ଭଞ୍ଜନଗର-----ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ଶ୍ରୀଅରବିନ୍ଦ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ବିଶିଷ୍ଟ ସ୍ଥାପତ୍ୟ ପ୍ରଫେସର ଡଃ ପ୍ରବୀର କୁମାର ଦାସ ଧ୍ୟାନ ମନ୍ଦିରର ଡିଜାଇନ୍ ପ୍ରସ୍ତୁତ କରିଥିଲେ। ଏହିଭଳି ମନ୍ଦିର ରାଜ୍ୟରେ ବିରଳ । ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ ମତପ୍ରକାଶ କରିଥିଲେ। ଧ୍ୟାନ ମନ୍ଦିରଟି ପ୍ରାକୃତିକ ପରିବେଶ ମଧ୍ୟରେ ସ୍ଥାପିତ ହୋଇଛି। ଶ୍ରୀଅରବିନ୍ଦ ପାଠଚକ୍ର ରାଜ୍ଯ ସଂଯୋଜକ ଅନାଦି ଚରଣ ସ୍ଵାଇଁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଧ୍ୟାନ ମନ୍ଦିର ର ପ୍ରତିଷ୍ଠା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାତୃପ୍ରେମୀ ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ ଜେନା ,ଗଞ୍ଜାମ ଗଜପତି ଜିଲ୍ଲା ପାଠଚକ୍ର ସଂଯୋଜକ ଲଲାଟେନ୍ଦୁ ସାମନ୍ତ, ଜିଲ୍ଲା ମହିଳା ପାଠଚକ୍ର ସଭାନେତ୍ରୀ କମଳା କୁମାରୀ ଦେବୀ, ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିମୟୀ ଟ୍ରଷ୍ଟର ଟ୍ରଷ୍ଟୀ ରଘୁନାଥ ପଣ୍ଡା, ବାବୁଲା ପ୍ରଧାନ, ରମେଶ ବେହେରା, ମଧୁସ୍ମିତା ସାହୁ, ଗଞ୍ଜାମ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ଶସଧର ବେହେରା, ଶିବରାମ ପଣ୍ଡା, ଭାଗୀରଥୀ ମହାପାତ୍ର, ସୁରେନ୍ଦ୍ର ମହାନ୍ତି, ଶିକ୍ଷାକେନ୍ଦ୍ରର ସଭାପତି କୃତିବାସ ବିଶ୍ଵାଳ, ଶିବ ଭାଇ, ଲକ୍ଷ୍ମୀନାରାୟଣ ଦାସ , ରତ୍ନ ମଞ୍ଜରୀ ପଣ୍ଡା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସଭାପତି ରାଜେନ୍ଦ୍ର ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ପଣ୍ଡା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସକାଳେ ମାତୃ ପତାକା ଉତ୍ତୋଳନ ହୋଇଥିଲା। ଏହାପରେ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ମଣ୍ଡପରୁ ଧ୍ୟାନ ମନ୍ଦିର ପର୍ଯ୍ୟନ୍ତ ନୀରବ ଶୋଭାଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ମାତୃପ୍ରେମୀ ପ୍ରଭୁଙ୍କ ଦର୍ଶନ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୯/୨୦୨୩----୯,୪୫ Sakhigopal News,17/9/2023