ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇଦେଲା ସେଛାସେବୀ ସଂଗଠନ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ର ଭାଂଗଡୁବି ନାମକ ଏକ ଅସହାୟ ବ୍ଯକ୍ତି ଦୁଇ ଦିନ ହେବ ଜୟ ଗୁରୁ କମ୍ପ୍ଲେକ୍ସ ଆଗରେ ପଡିରହିଥିଲା। ତାଙ୍କୁ କେହିଜଣେ ବି ସାହାଯ୍ୟ କରିବା ପାଇଁ ଆସିନଥିଲେ। ବିଶେଷ ସୂତ୍ରରୁ ଖବର ଖବର ପାଇ ଭେଡେନ ର ସ୍ଵେଚ୍ଛାସେବୀ ସଂଗଠନ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ଅସହାୟ ବ୍ୟକ୍ତି ଅବସ୍ଥା ଦେଖି ଅମୃତ କୁଟୁମ୍ ସଦସ୍ୟ ଘନଶ୍ୟାମ ଅଗ୍ରୱାଲ, ବୈଶାଖୁ ମେହେର ଓ ଅନ୍ୟାନ୍ୟ ସଦସ୍ୟ ମାନେ ବିଚାରବିମର୍ଶ କରି ଭେଡେନ ର ସଚେତନ ନାଗରିକ ଦଶରଥ ମେହେର, ଭେଡେନ ସରପଞ୍ଚ ଅକ୍ଷୟ ନାୟକଙ୍କୁ ଜଣାଇ ଥିଲେ। ଅମୃତ କୁଟୁମ୍ ସଦସ୍ୟ ମାନେ ତାକୁ ସଫାସୁତୁରା କରି ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇଥିଲେ। ଭେଡେନ "ଅମୃତ କୁଟୁମ୍" ସେବାମନୋବୃତ୍ତି କୁ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୯/୨୦୨୩-----୯,୪୫ Sakhigopal News,26/9/2023